କରୋନା ସଂକ୍ରମିତ ଭାଇ ପାଇଁ ବେଡ୍‌ ସହାୟତା ମାଗିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଏତେମାତ୍ରାରେ ବଢ଼ିଯାଇଛି ଯେ, ହସ୍ପିଟାଲରେ ବେଡ୍‌ ମିଳିବା କଷ୍ଟକର ହୋଇପଡ଼ୁଛି। ଦେଶର ବିଭିନ୍ନ ରାଜ୍ୟରେ ଏବେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ବେଡ୍‌ ପାଇଁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ବହୁ ହନ୍ତସନ୍ତ ହେଉଛନ୍ତି। ଏପରି କି କେନ୍ଦ୍ର ମନ୍ତ୍ରୀ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂହ ନିଜ ଭାଇର ଚିକିତ୍ସା ପାଇଁ ବେଡ୍‌ ଯୋଗାଇଦେବାକୁ ଟ୍ବିଟର ଜରିଆରେ ସହାୟତା ମାଗିଛନ୍ତି।

କେନ୍ଦ୍ରମନ୍ତ୍ରୀ ସିଂହ ଟ୍ବିଟ୍‌ କରି କହିଛନ୍ତି, ତାଙ୍କ ଭାଇ କରୋନାରେ ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲରେ ବେଡ୍‌ ମିଳୁନାହିଁ। ଟ୍ବିଟ୍‌ରେ ସେ ଗାଜିଆବାଦ ଜିଲାପାଳ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୂଚନା ପରାମର୍ଶଦାତା ଶଲଭ ମଣି ତ୍ରିପାଠୀ, ନୋଏଡା ବିଧାୟକ ପଙ୍କଜ ସିଂହଙ୍କୁ ଟ୍ୟାଗ୍‌ କରିଛନ୍ତି। ସିଂ ଲେଖିଛନ୍ତି, ଦୟା କରି ମୋତେ ସାହାଯ୍ୟ କରନ୍ତୁ, ମୋ ଭାଇର କରୋନା ଚିକିତ୍ସା ପାଇଁ ବେଡ୍‌ର ଆବଶ୍ୟକତା ରହିଛି। ଗାଜିଆବାଦରେ ବେଡ୍‌ ବ୍ୟବସ୍ଥା ହୋଇପାରୁ ନାହିଁ।

Comments
Loading...