MEllora 950×100

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢ଼ିବ

ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୩ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି। ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବଢିବାକୁ ନେଇ ଥିବା ଆଶା, ଯଥାଶୀଘ୍ର ପୂରଣ ହେବାକୁ ଯାଉଛି । ଫିଟମେଣ୍ଟ ଫ୍ୟାକ୍ଟର କାମ ଚାଲିଛି । ୨୦୨୩ ବର୍ଷର ଶେଷ ଆଡକୁ ଏହା କାର୍ଯ୍ୟକାରୀ ହେବ । ମୌଳିକ ଆଧାରରେ ସମସ୍ତଙ୍କ ଦରମା ବୃଦ୍ଧି ଘଟିବ ନେଇ ସୂଚନା ମିଳିଛି । ସେପ୍ଟେମ୍ବର ମାସ ଭତ୍ତାରେ ୪ପ୍ରତିଶତ ବୃଦ୍ଧି ଘଟି ୩୮ ପ୍ରତିଶତରେ ପହଞ୍ଚି ଥିଲା । ଜାନୁଆରୀ ଏବଂ ଜୁଲାଇ ମାସରେ ମଧ୍ୟ ଏହା ବଢିବ । କେନ୍ଦ୍ରୀୟ କର୍ମଚାରୀମାନେ ବହୁ ଦିନରୁ ବେତନ ଆୟୋଗର ଫିଟମେଣ୍ଟ ଫେକ୍ଟରକୁ ବଢାଇବା ପାଇଁ ଦାବି କରି ଆସୁଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୩ରେ ସରକାର ଏହାକୁ ସମାଧାନ କରିବାକୁ କହିଛନ୍ତି । ବର୍ତ୍ତମାନ ୨.୫୭ ଗୁଣ ଫିଟମେଣ୍ଟ ଫେକ୍ଟର ସହିତ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ନ୍ୟୁନତମ ଦରମା ୧୮,୦୦୦ଟଙ୍କା ରହିଛି । ଏହାକୁ ୩.୬୮ ଗୁଣ ବଢାଇବା ପାଇଁ ଦାବି କରାଯାଇଛି । ସରକାର ଫିଟମେଣ୍ଟ ଫେକ୍ଟରକୁ ୩ ଗୁଣା କରିପାରନ୍ତି ।

Comments are closed.