କେନ୍ଦ୍ରୀୟ ସାଧାରଣ ପର୍ଯ୍ୟବେକ୍ଷକଙ୍କ ବୁଥ୍‍ ପରିଦର୍ଶନ

ପିପିଲି : ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ସାଧାରଣ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଏମ୍‍. ଭୀରବ୍ରହ୍ମେୟା  ପିପିଲି ଗସ୍ତରେ ଆସି ବିଭିନ୍ନ ବୁଥ୍‍ ପରିଦର୍ଶନ କରିଛନ୍ତି।  ସେ କଣ୍ଟି, ନିଜିଗଡକୁରୁଖି, ବାହିଲିପଡା, ବାରିମୂଳ ଆଦି ଅଞ୍ଚଳ ଗସ୍ତ କରି ସେଠାରେ ଥିବା ବୁଥ୍‍ ଗୁଡିକର ସ୍ଥିତି ପରଖିଥିଲେ। ବୁଥ୍‌ରେ ପାନୀୟଜଳ, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥା ଆଦିକୁ ସେ ତନଖି କରିଥିଲେ । ସେଠାରେ କାନ୍ଥରେ ଲେଖାଯାଇଥିବା ବୁଥ୍‍ ନମ୍ବରକୁ ଦେଖି ସେ ଖୁସିବ୍ୟକ୍ତ କରିଥିଲେ । ତେବେ ରାସ୍ତା ଓ ବିଭିନ୍ନ ସର୍ବସାଧାରଣ ସ୍ଥାନ ମାନଙ୍କରେ ମରାଯାଇଥିବା ନିର୍ବାଚନୀ ପ୍ରଚାର ପୋଷ୍ଟର ଓ ବ୍ୟାନର ଗୁଡିକୁ ତୁରନ୍ତ ହଟାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ପରେ ସେ ନିର୍ବାଚନ ପରିଚାଳନା ସଂପର୍କରେ ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ସପନ କୁମାର ନନ୍ଦ, ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ସହ ସମୀକ୍ଷା କରିଥିଲେ । ବୁଥ୍‍ ପରିଦର୍ଶନ ସମୟରେ ତାଙ୍କ ସହ ଜିଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ବିଡିଓ ଶ୍ରୀମତୀ ନାଥ, ସିଇଓ ସୁରେନ୍ଦ୍ର କୁମାର ଦାଶ, ସେକ୍ଟର ଅଫିସର ହରିଶ୍ଚନ୍ଦ୍ର ପତି ଓ ଜିପିଇଓ ଗାୟତ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.