କରୋନା ସତର୍କତା : ଏହି ସବୁ ସ୍ଥାନରେ ମାର୍ଚ୍ଚ ୨୯ ଯାଏଁ ବନ୍ଦ ରହିବ ସେସୁର ଦେୟ ସଂଗ୍ରହ କାଉଣ୍ଟର

ଅନଲାଇନରେ ଦେୟ ପୌଠ କରିବାକୁ ସେସୁର ଅନୁରୋଧ

ଭୁବନେଶ୍ବର : କରୋନା ମୁକାବିଲା ପଦକ୍ଷେପ ନେଇ ଓଡିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଭୁବନେଶ୍ବର,ଖୋର୍ଦ୍ଧା,କଟକ,କେନ୍ଦ୍ରାପଡା, ଅନୁଗୁଳ ଓ ପୁରୀ ପୌରାଞ୍ଚଳରେ ଥିବା ସେସୁର ସମସ୍ତ ଦେୟ ସଂଗ୍ରହ କାଉଣ୍ଟରକୁ ମାର୍ଚ୍ଚ ୨୯ ଯାଏଁ ବନ୍ଦ ରହିବ। ସାମାଜିକ ଦୂରତ୍ବ ସହିତ କରୋନା ପ୍ରସାରକୁ ରୋକିବା ପାଇଁ ସେସୁ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି। ଗ୍ରାହକଙ୍କୁ ଘରେ ରହିବାକୁ ଏବଂ ସେମାନଙ୍କ ବିଦ୍ୟୁତ୍ ଦେୟ ପ୍ରଦାନ କରିବାକୁ ଅନ୍ ଲାଇନ୍ ସୁବିଧା ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

କରୋନାର ପ୍ରସାରକୁ ରୋକିବା ପାଇଁ ସାମାଜିକ ଦୂରତ୍ବ ଏବଂ ବିଚ୍ଛିନ୍ନତା ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସରକାର ନିର୍ଦେଶ ଜାରି କରିଛନ୍ତି। ବିଦ୍ୟୁତ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଓଡିଶା ସରକାର ବିଦ୍ୟୁତ ବିଭାଗକୁ ପ୍ରତିବନ୍ଦକରୁ ମୁକ୍ତ କରିଛନ୍ତି। ତଥାପି କରୋନା ପ୍ରସାରଣକୁ ରୋକିବା, ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେସୁ ଭୁବନେଶ୍ବର,ଖୋର୍ଦ୍ଧା,କଟକ,କେନ୍ଦ୍ରାପଡା, ଅନୁଗୁଳ ଓ ପୁରୀ ପୌରାଞ୍ଚଳରେ ମାର୍ଚ୍ଚ ୨୯ ଯାଏଁ ଦେୟ ସଂଗ୍ରହ କାଉଣ୍ଟରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

କିନ୍ତୁ ବିଦ୍ୟୁତ ବିଭାଗର ସମସ୍ତେ ସବ୍-ଷ୍ଟେସନ ଏବଂ ବିତରଣ ନେଟୱାର୍କର ସୁଗମ କାର୍ୟ୍ୟ ପାଇଁ ସମସ୍ତ ଜିଲା ଏବଂ ପୌରପାଳିକା ଅଞ୍ଚଳରେ ସେସୁ ସମସ୍ତ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବା ପାଇଁ କାର୍ୟ୍ୟାଳୟ ଖୋଲା ରଖିବ। ସମସ୍ତ ଜିଲା ଅଞ୍ଚଳରେ ଥିବା ଅଧୀକ୍ଷକ ଇଞ୍ଜିନିୟର୍ ଏବଂ କାର୍ୟ୍ୟନିର୍ବାହୀ ଇଞ୍ଜିନିୟର ମାନଙ୍କୁ ଯେତିକି କର୍ମଚାରୀ ଆବଶ୍ୟକ ସେତିକି ସଂଖ୍ୟକ କର୍ମଚାରୀଙ୍କୁ ଡାକିବାକୁ କୁହାଯାଇଛି।

Comments are closed.