କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ଖୁବ ଶୀଘ୍ର

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ଖୁବ ଶୀଘ୍ର ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମକର ସଂକ୍ରାନ୍ତି ପରେ ଏହି ସମ୍ପ୍ରସାରଣ ହେବ। ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଉଛେଦ ନେଇ ଇସ୍ତଫା ଦେଇଥିବା ମନ୍ତ୍ରୀ ପଦ ପୂରଣ ସହ କେତେକ ରାଜ୍ୟରୁ ନିର୍ବାଚିତ ସାଂସଦମାନଙ୍କୁ ଏହି ସମ୍ପ୍ରସାରଣ କାଳରେ ଅଗ୍ରାଧିକାର ଦିଆଯିବାର ସମ୍ଭାବନା ରହିଛି।

ସଂସଦର ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୭, ୮, ୧୩, ୧୭ ଏବଂ ୨୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ବସିବ ଯେଉଁଥିରେ ବିଭିନ୍ନ ବିଭାଗର ସମୀକ୍ଷା କରାଯିବ। ସମୀକ୍ଷା କାଳରେ ସମସ୍ତ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗର କାର୍ଯ୍ୟାବଳୀ ଉପସ୍ଥାପନ କରିବାକୁ କୁହାଯାଇଛି। ତେବେ ସମୀକ୍ଷା ପରେ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳ ବଦଳ ହେବାର ମଧ୍ୟ ସମ୍ଭାବନା ରହିଛି।

Comments are closed.