ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-୨.୦) ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-୨.୦) ଯୋଜନା ଲାଗି ଆର୍ଥିକ ସହାୟତା ଯୋଗାଇଦେବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଜରିଆରେ ବିଶ୍ୱସ୍ତରୀୟ ଭିତିଭୂମି ସହିତ ସାଧାରଣ ସୁବିଧାକୁ ବିକଶିତ କରିବା ଏହାର ଉଦ୍ଦେଶ୍ୟ।

ଏହା ଆଶା କରାଯାଉଛି ଯେ, ଏସବୁ ଇଏମସି ଫଳରେ ଇଏସବିଏମ କ୍ଷେତ୍ର ସହିତ ଉଦ୍ୟମିତା ସମ୍ବନ୍ଦୀୟ ପରିବେଶ ବିକଶିତ ହୋଇପାରିବ। ନବୋନ୍ମେଷକୁ ପ୍ରୋତ୍ସାହନ ମିଳିବା ସହିତ ଏହି କ୍ଷେତ୍ରରେ ବିକାଶ ତ୍ୱରାନ୍ୱିତ ହେବ। ଏହା ଏହି କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଟିକସ ରାଜସ୍ୱ ବୃଦ୍ଧିରେ ମଧ୍ୟ ସହାୟକ ହେବ। ସଂଶୋଧିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଇଏମସି-୨.୦) ଯୋଜନା ଫଳରେ ଇଏମସି ଓ ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠାରେ ଆବଶ୍ୟକ ସହଯୋଗ ମିଳିବ। ଏହି ଯୋଜନାକୁ ଧ୍ୟାନରେ ରଖି ଗୋଟିଏ ଇଏମସିକୁ ସ୍ୱତନ୍ତ୍ର ସର୍ବନିମ୍ନ ପରିଧି ବିଶିଷ୍ଟ ନିକଟବର୍ତୀ ଭୌଗଳିକ କ୍ଷେତ୍ରରେ ପ୍ରତିଷ୍ଠା କରାଯିବ। ଏହାର ଅନ୍ତର୍ଗତ ମୌଳିକ ଭିତିଭୂମି, ବିଶିଷ୍ଟ ସୁବିଧା ଓ ଇଏସଡିଏମ ୟୁନିଟ ଲାଗି ଅନ୍ୟ ସାଧାରଣ ସୁବିଧା ବିକାଶ ଉପରେ ଫୋକସ କରାଯାଇପାରିବ। ଆର୍ଥିକ ବ୍ୟୟ- ପ୍ରସ୍ତାବିତ ଇଏମସି-୨.୦ ଯୋଜନା ଲାଗି ମୋଟ ୩୭୬୨.୨୫ କୋଟି ଟଙ୍କା ବ୍ୟୟ କରାଯିବ। ଏଥିମଧ୍ୟରୁ ୩୭୨୫ କୋଟି ଟଙ୍କା ଆର୍ଥିକ ସହାୟତା ଓ ୮ ବର୍ଷର ଅବଧି ସମୟରେ ୩୭.୨୭ କୋଟି ଟଙ୍କା ପ୍ରଶାସନିକ ଏବଂ ପରିଚାଳନା ସମ୍ବନ୍ଧୀୟ ବ୍ୟୟ ସାମିଲ ରହିଛି। ଲାଭଏହି ଯୋଜନା ଫଳରେ ଇଏସଡିଏମ କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ଲାଗି ଇଲେକ୍ଟ୍ରୋନିକ ଉଦ୍ୟୋଗ ପାଇଁ ଏକ ସୁଦୃଢ଼ ଭିତିଭୂମି ଆଧାର ସୃଷ୍ଟି ହେବ। ଏହା ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ାଇବ।

୧- ଇଲେକ୍ଟ୍ରୋନିକ କ୍ଷେତ୍ରରେ ନିବେଶ ଆକୃଷ୍ଟ କରିବା ଲାଗି ପ୍ରସ୍ତୁତ ଭିତିଭୂମି ଓ କଂପ୍ୟୁଟର ପ୍ରଣାଳୀ ସହ ଜଡିତ ଉପକରଣର ଉପଲବ୍ଧତା ସୁନିଶ୍ଚିତ ହେବ।

୨- ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନିବେଶ ବଢ଼ିବ।

୩- ଉତ୍ପାଦନ ୟୁନିଟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

୪- ଉତ୍ପାଦନ ୟୁନିଟ ପକ୍ଷରୁ ଦିଆଯାଉଥିବା ଟିକସ ଦ୍ୱାରା ରାଜସ୍ୱ ବୃଦ୍ଧି ପାଇବ

Comments are closed.