ସେଣ୍ଟ୍ରାଲ୍‌ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଅନାଦି ବିଶ୍ୱାସ

ଭୁବନେଶ୍ୱର: ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଉପ-ମହାପ୍ରବନ୍ଧକ ଅନାଦି ବିଶ୍ୱାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ବିଶ୍ୱାସ୧୯୮୭ ମସିହାରେ ନିଜର ବ୍ୟାଙ୍କିଙ୍ଗ୍‌ କ୍ୟାରିୟର ଆରମ୍ଭ କରିଥିଲେ ।

ତାଙ୍କର ପଶ୍ଚିମବଙ୍ଗ, ସିକିମ୍‌, ବିହାର, ଗୁଜୁରାଟ, ତାମିଲନାଡୁ ଓ ମହାରାଷ୍ଟ୍ର ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ରହିଛି । ତାଙ୍କର ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ୩୦ ବର୍ଷରୁ ଉଦ୍ଧ୍ୱର୍ ବିଭିନ୍ନ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟ କରି ଗ୍ରାହକମାନଙ୍କ ସହ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ କରିଛନ୍ତି ।

 

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଏମ୍‌ଏସ୍‌ଏମ୍‌ଇ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଏବଂ ତୃଣମୂଳ ସ୍ତରର ବିକାଶ ଉପରେ ବିଶେଷ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି ।

Comments are closed.