ଅଯୋଧ୍ୟାରେ ଆକ୍ରମଣ ଯୋଜନା କରୁଛି ଜୈସ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଜୈସ-ଇ-ମହମ୍ମଦ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଗୁଇନ୍ଦା ଏଜେନ୍ସି ଜୈସ-ଇ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଝାରକୁ ଇଣ୍ଟରସେପ୍ଟ କରି ଏହି ସୂଚନା ପାଇଛନ୍ତି। ଆଝାର ଚାଟିଂ ଆପ୍ ଟେଲିଗ୍ରାମ ମାଧ୍ୟମରେ ପଠାଇଥିବା ବାର୍ତ୍ତାରୁ ଜଣାଯାଇଛି ଯେ ସଂଗଠନ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଘଟାଇବାକୁ ଯୋଜନା କରୁଛି। ଟେଲିଗ୍ରାମ ମାଧ୍ୟମରେ ଜୈସ ଓ ଅନ୍ୟ ଆତଙ୍କବାଦୀ ସଂଗଠନ ନିଜ ନିଜ ମଧ୍ୟରେ ଯୋଗାଯୋଗ କରୁଛନ୍ତି। ଗୁଇନ୍ଦା ବିଭାଗ ଏହାର ସୂଚନାକୁ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡିକ ପ୍ରଦାନ କରିଛି। ସୂଚନା ପ୍ରଦାନ ପରେ ଅଯୋଧ୍ୟା ସହର ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜୈସ-ଇ-ମହମ୍ମଦର ସମସ୍ତ ନେଟୱର୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତ। ୨୦୦୧ ରେ ସଂସଦ ଆକ୍ରମଣ ଓ ୨୦୧୯ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ଜୈସ-ଇ-ମହମ୍ମଦ କରିଥିଲା। ୨୦୧୯ ମେ ୧ ତାରିଖରେ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ର କଟକଣା କମିଟି ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିଥିଲା।

Comments are closed.