୨୩ କୋଟିରୁ ଅଧିକ ଟୀକା ଯୋଗାଇ ଦେଇଛି କେନ୍ଦ୍ର

କେନ୍ଦ୍ର ସରକାର ଆଜି ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨୩ କୋଟି ୧୧ ଲକ୍ଷ ୬୮ହଜାର ୪୮୦ଟି କୋଭିଡ୍‍ ପ୍ରତିଷେଧକ ଟିକା ଯୋଗାଇ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇ କହିଛି, ମିଳିଥିବା ସୂଚନା ଅନୁଯାୟୀ ଏହି ଟିକା ମଧ୍ୟରୁ ୨୧ କୋଟି ୨୨ଲକ୍ଷ ୩୮ହଜାର ୬୫୨ଟି ଟିକା ବ୍ୟବହାର ହୋଇଛି ଓ ସେଥିମଧ୍ୟରେ ଟୀକା ନଷ୍ଟ ମଧ୍ୟ ହୋଇଛି। ତଥାପି ରାଜ୍ୟ ଗୁଡ଼ିକ ପାଖରେ ୧କୋଟି ୭୫ଲକ୍ଷ ୪୮ହଜାର ୬୪୮ଟି ଟିକା ଉପଲବ୍ଧ ଅଛି। ଏହା ବ୍ୟତୀତ ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୨ କୋଟି ୭୩ ଲକ୍ଷ ୯୭୦ଟି ଟିକା ଯୋଗାଇ ଦିଆଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ମୁକ୍ତ ଟିକାକରଣ ପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ଯୋଗାଇ ଦେଉଛନ୍ତି। ରାଜ୍ୟ ଗୁଡ଼ିକୁ ମଧ୍ୟ ସିଧାସଳଖ ଟିକାକ୍ରୟ କରିବା ଏବଂ ଗଚ୍ଛିତ ରଖିବା ପାଇଁ ସରକାର ଅନୁମତି ଦେଇଛନ୍ତି।

Comments are closed.