୧୭ରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ – ରାଜ୍ୟ ଗଣଶିକ୍ଷା ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର: ସମଗ୍ର ଦେଶରେ କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଆସନ୍ତା ୧୭ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସଚିବଙ୍କ ସହ ଅନ୍ୟ ପଦାଧିକାରୀ ଭାଗ ନେବେ। ଆଭାସୀ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦାଧିକାରୀ ବୈଠକରେ ଯୋଗଦେଇ ରାଜ୍ୟର ସ୍ଥିତି ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ଆଲୋଚନା କରାଯିବ। ପରୀକ୍ଷା, ପାଠପଢା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଚାରବିମର୍ଶ କରାଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.