ହାଇକୋର୍ଟ ବିଚାରପତି ପଦ ପାଇଁ କେନ୍ଦ୍ରର ୪୫ ନାମ ସୁପାରିସ

ନୂଆଦିଲ୍ଲୀ: ବହୁ ଟଣାଓଟରା ପରେ କେନ୍ଦ୍ର ସରକାର ଦେଶର ୨୫ ହାଇକୋର୍ଟ ବିଚାରପତି ପଦ ପାଇଁ ୪୫ ଜଣଙ୍କ ନାମ ସୁପାରିସ କରିଛନ୍ତି। ଏହି ନାମ ତାଲିକାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ କଲେଜିୟମକୁ ପଠାଯାଇଛି। କଲେଜିୟମ ଅନୁମୋଦନ ସତ୍ତ୍ବେ ଗତ ୬ରୁ ୧୪ ମାସ ହେଲା ଏହି ନାମଗୁଡ଼ିକୁ କେନ୍ଦ୍ର ସରକାର ପକାଇ ରଖିଥିଲେ। ସମ୍ପୃକ୍ତ ନାମଗୁଡ଼ିକ ଉପରେ ଗୁଇନ୍ଦା ରିପୋର୍ଟ ମାଗାଯାଇଥିବା ସରକାର କହୁଥିଲେ; କିନ୍ତୁ ମାର୍ଚ୍ଚ ୨୫ରେ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଏଥିନେଇ ଅସ​‌େ​‌ନ୍ତାଷ ବ୍ୟକ୍ତ କରିବା ସହ ସରକାରଙ୍କୁ ଚିଠି ଲେଖିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି।

କେନ୍ଦ୍ର ସରକାର ସମ୍ପୃକ୍ତ ନାମ ତାଲିକାକୁ ଏବେ କଲେଜିୟମକୁ ପଠାଇଛନ୍ତି। କଲେଜିୟମ ଏହାକୁ ନ୍ୟାୟ ମନ୍ତ୍ରଣାଳୟକୁ ପଠାଇବା ପରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ସୂଚନାନୁଯାୟୀ, କଲେଜିୟମ ୭୫ଜଣଙ୍କ ନାମ ସୁପାରିସ କରିଥିବାବେଳେ କେବଳ ଆଲ୍ଲାହାବାଦ ହାଇକୋର୍ଟ ପାଇଁ ୩୦ଜଣଙ୍କ ନାମ ଥିଲା ଏବଂ ସରକାର ସମସ୍ତ ନାମକୁ ଅନୁମୋଦନ ଦେଇଛନ୍ତି। ଅପରପକ୍ଷରେ ଦୀର୍ଘ ୭ରୁ ୧୯ମାସ ଧରି ସରକାରଙ୍କ ନିକଟରେ ପଡ଼ି ରହିଥିବା ୧୦ଟି ଫାଇଲ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ନ୍ୟାୟ ମନ୍ତ୍ରଣାଳୟ ସୂଚନାନୁଯାୟୀ, ବିଭିନ୍ନ ହାଇକୋର୍ଟରେ ସମ୍ପ୍ରତି ଅନୁମୋଦିତ ବିଚାରପତି ପଦର ୩୮ପ୍ରତିଶତ ଶୂନ୍ୟ ରହିଛି।

Comments are closed.