ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ

ପୁଡୁଚେରୀ: ପୁଡୁଚେରୀରେ ଗତ କିଛି ଦିନ ଧରି ରାଜନୈତିକ ସଙ୍କଟ ଜାରି ରହିଛି। ଗତ ସୋମବାର ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ବିଧାନସଭାରେ ଆସ୍ଥା ଭୋଟରେ ପରାଜିତ ହେବା ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଶାସକ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ଏହା ପରେ କେନ୍ଦ୍ର ସରକାର ବୁଧବାର ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି।

ଗତ ସୋମବାର କଂଗ୍ରେସ ସରକାର ଭାଙ୍ଗିଯିବା ପରେ କେନ୍ଦ୍ର କ୍ୟାବିନେଟ୍‌ ରାଷ୍ଟ୍ରପତି ଶାସନ ଲାଗୁ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି।

Comments are closed.