କେନ୍ଦ୍ର ବଜେଟ ଓ ଏହାକୁ ନେଇ ରହିଥିବା ଆଶା

• ଦେଶରେ ଆର୍ଥିକ ବର୍ଷ ଏପ୍ରିଲ ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହିସାବ କରାଯାଏ
• ପୂର୍ବରୁ ଫେବ୍ରୁଆରୀ ମାସ ଶେଷଦିନ ବଜେଟ ଆଗତ କରାଯାଉଥିଲା
• ୨୦୧୬ରେ ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଥିବା ସମୟରେ ଏହି ଧାରା ବଦଳି ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ଆରମ୍ଭ ହେଲା
• ବଜେଟ ଦୁଇ ଭାଗରେ ବିଭକ୍ତ: ଗୋଟିଏ ରାଜସ୍ୱ ବଜେଟ ଏବଂ ଅନ୍ୟଟି ମୂଳଧନ ବା କ୍ୟାପିଟାଲ ବଜେଟ । ରାଜସ୍ୱ ବଜେଟରେ କେତେ ରାଜସ୍ୱ ଆଦାୟ ହେବ ଓ ଖର୍ଚ୍ଚ ହେବ ଏବଂ କ୍ୟାପିଟାଲ ବଜେଟରେ କେତେ ମୂଳଧନ ଆକାରରେ ଆସିବ ଏବଂ କେତେ ଖର୍ଚ୍ଚ ହେବ ତାହାର ବଜେଟ ପ୍ରସ୍ତୁତ କରାଯାଏ ।
• ଭାରତରେ ସଂପ୍ରତି ନିଅଣ୍ଟିଆ ବଜେଟ ଉପସ୍ଥାପନ କରାଯାଉଛି । ଏହା ଅର୍ଥ ସରକାର ଯେତିକି ଆୟ କରିବେ ତାହାଠାରୁ ତାଙ୍କର ବ୍ୟୟ ଅଟକଳ ଅଧିକ ରହିଥାଏ । ନିଅଣ୍ଟ ଅର୍ଥ ଋଣ, ବଣ୍ଡ୍‍ ବିକ୍ରି ଆଦି ବିଭିନ୍ନ ସୂତ୍ରରୁ ଯୋଗାଡ କରାଯାଏ ।
• ଚଳିତ ବର୍ଷ ଉପସ୍ଥାପନ କରାଯିବାକୁ ଥିବା ବଜେଟରୁ ଯାହା ଆଶା କରାଯାଉଛି, ସେଥିମଧ୍ୟରେ-
• କୋଭିଡ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଟିକସ ରିହାତି
• କ୍ରିପ୍ଟୋକରେନ୍ସି ଉପରେ ଟିକସ ଲାଗୁ
• ଧାରା ୮୦ଡିଡିକୁ ଯୁକ୍ତସଂଗତ କରିବା ବ୍ୟବସ୍ଥା
• ବ୍ୟାଙ୍କରୁ ନଗଦ ଅର୍ଥ ଉଠାଣ ଆୟ ହୋଇନଥିବାରୁ ୧୯୪ଏନ୍‍ ଧାରାରେ ଟିକସ କାଟ ପାଇଁ ବ୍ୟବସ୍ଥା
• ଏକ କୃଷି ଜମି ବିକ୍ରି ପୂର୍ବରୁ ଯଦି ନୂଆ କୃଷି ଜମି କ୍ରୟ କରାଯାଏ ତେବେ ସେ କ୍ଷେତ୍ରରେ ଧାରା ୫୪ବି ଛାଡକୁ ଅନୁମତି ପ୍ରଦାନ
• ବିଦେଶରେ ଟିକସ କାଟକୁ ସଂପୃକ୍ତ ବ୍ୟକ୍ତିଙ୍କର ଆୟ ଭାବରେ ବିବେଚନା କରାଯିବା
• ଧାରା ୮୦-ଆଇଏସି ଅଧୀନରେ ସର୍ତ୍ତାବଳୀ ପୂରଣ କରୁନଥିବା ଷ୍ଟାର୍ଟଅପଗୁଡିକୁ ଦଣ୍ଡବିଧାନ
• ଧାରା ୮୦-ଆଇବିଏ ଅଧୀନରେ ଛାଡ ପାଇଁ ଦାବି କ୍ଷେତ୍ରରେ ଅଡିଟ ଆବଶ୍ୟକ ହୋଇପାରେ
• ନଗଦ ଅର୍ଥ ବ୍ୟତୀତ ଅନ୍ୟ ଯେକୌଣସି ଉପାୟରେ ପ୍ରଦତ୍ତ ଲାଭାଂଶ ଉପରେ ଟିକସ କାଟ
• ଟିସିଏସ୍‍ ପରିମାଣ ଜମା କରାନଯିବା କ୍ଷେତ୍ରରେ ଅଧିକ ସୁଧ ହାର

Comments are closed.