ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବୁଧବାର ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ରାଜ୍ୟରେ ୨୦୨୧ଜନଗଣନା ସମୟରେ ଓବିସି ଏବଂ ଏସଇବିସ ଶ୍ରେଣୀଙ୍କୁ ସାମାଜିକ ଅର୍ଥନୈତିକ ଭିତ୍ତିରେ ଗଣନା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ଶାସନ ସଚିବ। ଜନଗଣନା ଫର୍ମରେ ଏନେଇ ସ୍ଵତନ୍ତ୍ର ଫର୍ମାଟ  କିମ୍ବା ଆଉ ଏକ ପୃଷ୍ଟା ଯୋଡିବାକୁ  କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ସୂଚନାଯୋଗ୍ୟ ଗତ ଜାନୁଆରୀ ୧୧ରେ ରାଜ୍ୟ କ୍ୟାବିନେଟରେ ଏସଇବିସିଙ୍କ ଜନଗଣନା ପାଇଁ ଏକ ସଙ୍କଳ୍ପ ପାରିତ ହୋଇଥିଲା। ୨୦୨୧ରେ ହେବାକୁ ଥିବା ସାଧାରଣ ଜନଗଣନା ସମୟରେ ରାଜ୍ୟରେ ଏସଇବିସିଙ୍କ ଗଣନା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା।ଜନଗଣନା ବେଳେ ଏଥିପାଇଁ ଏକ ସ୍ବତନ୍ତ୍ର ଫର୍ମାଟ ଯୋଡା ହେବ ଏବଂ ଆର୍ଥିକ,ଶିକ୍ଷାଗତ ଓ ଜାତିଗତ ପଛୁଆ ବର୍ଗ ଆଧାରରେ ଏହି ଗଣନା କରାଯିବ। ଏଭଳି ଜନଗଣନା କରିବାକୁ କେନ୍ଦ୍ର ପାଖରେ ରାଜ୍ୟ ଦାବି ରଖିବେ ବୋଲି କ୍ୟାବିନେଟରେ ଆଲୋଚନା ହୋଇଥିଲା।

Comments are closed.