ମୁକ୍ତିଲାଭ ପୂର୍ବରୁ ଅର୍ଜୁନଙ୍କ ଚଳଚ୍ଚିତ୍ରକୁ ବଡ଼ ଝଟ୍କା ; ହଟାଇ ଦିଆଗଲା ବିବାଦୀୟ ଦୃଶ୍ୟ

ମୁମ୍ବଇ : ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ଼୍’କୁ ମୁକ୍ତିଲାଭ ପୂର୍ବରୁ ଏକ ବଡ଼ ଝଟ୍କା ଲାଗିଛି। ୨୪ ମେ’ରେ ମୁକ୍ତିଲାଭ ହେବାକୁ ଥିବା ଏହି ଚଳଚ୍ଚିତ୍ରର କିଛି ଦୃଶ୍ୟ ଆପତ୍ତିଜନକ ଥିବା ଦର୍ଶାଇ ସେନ୍ସର ବୋର୍ଡ଼ ତାକୁ ହଟାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦୃଶ୍ୟଗୁଡ଼ିକ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାର ଆଶଙ୍କା ଥିବା ଦର୍ଶାଇ ଏହାକୁ ଚଳଚ୍ଚିତ୍ରରୁ ହଟାଇ ଦିଆଯାଇଛି। ସେନ୍ସର ବୋର୍ଡ଼ ପକ୍ଷରୁ ନିର୍ମାତାଙ୍କୁ କୁହା ଯାଇଥିଲା ଯେ, ଚଳଚ୍ଚିତ୍ରରେ ଭଗବାନ କୃଷ୍ଣ ଓ କୋରାନ୍ ଉପରେ ଯେଉଁସବୁ ଡାଏଲଗ୍ ରହିଛି ଏହାକୁ ଶୁଣି ଦର୍ଶକ ଉତ୍ତ୍ୟକ୍ତ ହୋଇପାରନ୍ତି ଓ ଚଳଚ୍ଚିତ୍ରକୁ ନେଇ ବିବାଦ ଉପୁଜି ପାରେ। ତେଣୁ ଏହାକୁ ହଟାଇ ଦିଆଯାଉ। ସେନ୍ସର ବୋର୍ଡ଼ଙ୍କ କହିବା ଅନୁଯାୟୀ ନିର୍ମାତା ଚଳଚ୍ଚିତ୍ରରୁ ଉକ୍ତ ଦୃଶ୍ୟକୁ ହଟାଇ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜକୁମାର ଗୁପ୍ତା ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ଼୍’ର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ରର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।