ତିନି ବାହିନୀରେ ଗଠନ ହେବ ସ୍ବତନ୍ତ୍ର ସାଇବର ଡିଫେନ୍ସ ଏଜେନ୍ସି

0

ନୂଆଦିଲ୍ଲୀ : ଜଳ, ସ୍ଥଳ ଓ ଆକାଶରେ ‘ସାଇବର ବିପଦ’ ଘନଉଥିବା ଦୃଷ୍ଟିରୁ ଭାରତ ସରକାର ଏହି ତିନି କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବାକୁ ଯୋଜନା ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ‘ଡିଫେନ୍ସ ସାଇବର ଏଜେନ୍ସି’ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତିନି ବାହିନୀରେ ଏହି ଏଜେନ୍ସି ଗଠନ କରାଯିବ ଓ ଏଥିରେ ୨୦୦ ଦକ୍ଷ କର୍ମଚାରୀ ନିଯୁକ୍ତି ପାଇବେ। ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ୍‌ (ଆଇଡିଏସ୍‌) ବା ସମନ୍ବିତ ପ୍ରତିରକ୍ଷା ବିଭାଗ ଅଧୀନରେ ସେମାନେ କାର୍ଯ୍ୟ କରିବେ। ଆଇଡିଏସ୍‌ ଅଧ୍ୟକ୍ଷ ତଥା ଷ୍ଟାଫ୍‌ କମିଟି ମୁଖ୍ୟ (ଚିଫ୍‌ ଅଫ ଷ୍ଟାଫ୍‌ କମିଟି)ଙ୍କ ନିର୍ଦେଶାନୁସାରେ ସେମାନେ କାର୍ଯ୍ୟ କରିବେ। ଜାତୀୟ ସାଇବର ସୁରକ୍ଷା ପରାମର୍ଶଦାତା (ଏନ୍‌ସିଏସ୍‌ଏ)ଙ୍କ ସହିତ ମଳିତ ଭାବେ ସେମାନେ କାର୍ଯ୍ୟ କରିବେ। ପ୍ରତି ବାହିନୀ ମଧ୍ୟରେ ସେମାନେ ସମନ୍ବୟ ରଖିବେ ଏହା ଏକ ଆନ୍ତଃବାହିନୀ ଏଜେନ୍ସି ହେବ। ସମ୍ପ୍ରତି ପ୍ରତି ବାହିନୀରେ ସାଇବର ସୁରକ୍ଷା ୟୁନିଟ ରହିଛି; କିନ୍ତୁ ଏହାକୁ ସମନ୍ବିତ ଭାବେ ବଳିଷ୍ଠ କରିବା ଉଦ୍ଦେଶ୍ୟରେ ନୂଆ ଏଜେନ୍ସି ଗଠନ କରାଯାଉଛି ବୋଲି ସେନା ପୂର୍ବାଞ୍ଚଳ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଏମ.ଏମ ନରବାଣେ ସୂଚନା ଦେଇଛନ୍ତି। ଏ​ଏଜେନ୍ସିର ମୁଖ୍ୟାଳୟ ଆଇଡିଏସ୍‌ ମୁଖ୍ୟାଳୟ ପରିସର​‌େ​‌ର ରହିବ। ପ୍ରତି ବାହିନୀର ମୁଖ୍ୟାଳୟରେ ମଧ୍ୟ ଏହାର ଶାଖା ପ୍ରତିଷ୍ଠା ହେବ। ପ୍ରତିରକ୍ଷା ତଥା ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟି ଗତ ବର୍ଷ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏଥିସହିତ ଡିଫେନ୍ସ ସ୍ପେସ୍‌ ଏଜେନ୍ସି ଓ ସ୍ପେସାଲ ଅପରେସନ୍ସ ଡିଭିଜନ ଭଳି ଦୁଇଟି ସ୍ବତନ୍ତ୍ର ସଂସ୍ଥା ଗଠନ ପାଇଁ ମଧ୍ୟ ମଞ୍ଜୁରୀ ମିଳିଥିବା ନରବାଣେ କହିଛନ୍ତି।

Leave A Reply