ଝାଡଖଣ୍ଡ ବିଧାନସଭା ନିର୍ବାଚନ : ୫ଟି ପର୍ଯ୍ୟାୟରେ ମତଦାନ, ଡିସେମ୍ବର ୨୩ରେ ଭୋଟ ଗଣତି

ନୂଆଦିଲ୍ଲୀ : ଝାଡଖଣ୍ଡର ସମସ୍ତ ୮୧ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ୫ଟି ପର୍ଯ୍ୟାୟରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୭ ତାରିଖରେ ୨ୟ ପର୍ଯ୍ୟାୟ, ଡିସେମ୍ବର ୧୨ ତାରିଖରେ ୩ୟ ପର୍ଯ୍ୟାୟ, ଡିସେମ୍ବର ୧୬ ତାରିଖରେ ୪ର୍ଥ ପର୍ଯ୍ୟାୟ ଏବଂ ଡିସେମ୍ବର ୨୦ତାରିଖରେ ୫ମ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୨୩ରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ଭାରତର ମୁଖ୍ୟ ନିର୍ବାଚନ କିମଶନ ସୁନୀଲ ଅରୋରା ନିର୍ବାଚନ କାର୍ଯ୍ୟସୂଚୀ ଘୋଷେଣା କରିଛନ୍ତି।

ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନରେ 

 ଡିସେମ୍ବର ୦୭ରେ ୨ୟ ପର୍ଯ୍ୟାୟରେ ୨୦ଟି ଆସନରେ

ଡିସେମ୍ବର ୧୨ ତାରିଖରେ ୩ୟ ପର୍ଯ୍ୟାୟରେ ୧୭ଟି ଆସନରେ 

ଡିସେମ୍ବର ୧୬ ତାରିଖରେ ୪ର୍ଥ ପର୍ଯ୍ୟାୟରେ ୧୫ଟି ଆସନରେ

ଡିସେମ୍ବର ୨୦ତାରିଖରେ ୫ମ ତଥା ଶେଷ ପର୍ଯ୍ୟାୟ ୧୬ଟି ଆସନରେ ମତଦାନ ଅନୁଷ୍ଠିତ ହେବ।

ଭୋଟ ଗଣନା ଡିସେମ୍ବର- ୨୩

ଜାନୁଆରୀ ୫ ତାରିଖରେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି ।​‌

Comments are closed.