ନିର୍ବାଚନ ସଂସ୍କାରକୁ ନେଇ ସୋମବାର ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ବିଭିନ୍ନ ନିର୍ବାଚନ ସଂସ୍କାରକୁ ନେଇ ଆସନ୍ତା ସୋମବାର ଦିନ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ମାନ୍ୟତାପ୍ରାପ୍ତ ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳ ସହ ଏହି ବୈଠକରେ ନିର୍ବାଚନ କମିଶନ ଯୋଗଦେବେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ସହିତ ଭୋଟର ତାଲିକାର ବିଶ୍ୱସନୀୟତା ସମ୍ପର୍କରେ ଆଲୋଚନା ହେବ।
୨୦୧୯ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଖିରେ ରଖି ନିର୍ଭୁଲ ଓ ପାରଦର୍ଶୀ ଭୋଟର ତାଲିକା ପ୍ରସ୍ତୁତି ନେଇ କମିଶନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିବେ। ସେହିପରି ନିର୍ବାଚନ ଖର୍ଚ୍ଚ ପରିମାଣ ନିର୍ଦ୍ଧାରଣ ଏବଂ ରାଜନୈତିକ ଦଳ ଗୁଡିକର ଖର୍ଚ୍ଚ ନିୟନ୍ତ୍ରଣ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବ।

Leave A Reply