ଏହି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସିଡିଏସଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏକ ରିପୋର୍ଟ ଦାଖଲ କରିଛି ତଦନ୍ତକାରୀ ଟିମ୍‍ । ରିପୋର୍ଟରେ ଦୁର୍ଘଟଣା ସମ୍ଭଦ୍ଧୀୟ ଅନକେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇଛି । ରିପୋର୍ଟରେ କୁହାଯାଇଛି କି, ଚପରଟି କମ୍ ଉଚ୍ଚତାରେ ଉଡୁଥିଲା । ହେଲିକପ୍ଟରଟି ହଠାତ୍ ଏକ ଘନ ମେଘରେ ପ୍ରବେଶ କରିଥିଲା । ଏହା ସାମ୍ନାକୁ ଆସୁଛି ଯେ ଏହାର କର୍ମଚାରୀମାନେ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ଏଭଳି ପରିସ୍ଥିତିରେ ବିମାନଟି ଏକ ପଥର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ଟିମ୍‍ କହିଛି ।

ତେବେ ଗତମାସ ଡିସେମ୍ବର ୮ରେ, ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୩ ଜଣ ସେନା ଅଧିକାରୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାମିଲନାଡୁର କନ୍ନୁର ନିକଟରେ ଘଟିଥିବା ଏହି ଘଟଣାକୁ ତିନି ବାହିନୀର ମିଳିତ କମିଟି ଅନୁସନ୍ଧାନ କରିଥିଲା। ଅନୁସନ୍ଧାନ ରିପୋର୍ଟରେ ଏହି ଦୁର୍ଘଟଣାର କାରଣ ସମ୍ପର୍କରେ କମିଟି ରାଜନାଥ ସିଂଙ୍କୁ ଅବଗତ କରାଇଛି।

Comments are closed.