ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଛାୟା ଯୁଦ୍ଧ ଚଲାଇଛି : ସିଡିଏସ୍ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ : ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଜେନେରାଲ ବିପିନ ରାୱତ ଶୁକ୍ରବାର ଦିନ କହିଛନ୍ତି ଯେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଅବସ୍ଥା ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି । ରାୱତ ଏହା ମଧ୍ୟ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ପାକିସ୍ତାନ କ୍ରମାଗତ ଭାବେ ପ୍ରକ୍ସି ବା ଛଦ୍ମ ଯୁଦ୍ଧ ଚଲାଇଛି ଏବଂ ଭାରତ ବିରୋଧରେ ଖରାପ ମନ୍ତବ୍ୟ ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡି ଯାଇଛି । ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ହୀରକ ଜୟନ୍ତୀ-୨୦୨୦ ୱେବିନିନାରରେ ସେ ଏହା କହିଛନ୍ତି।

ଏଲଏସିରେ କୌଣସି ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ଜେନେରାଲ ରାୱତ କହିଛନ୍ତି ଯେ ଲଦାଖରେ ଭାରତୀୟ ସୈନ୍ୟବାହିନୀର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପିପୁଲ୍ସ ଲିବରେସନ୍ ଆର୍ମି ଅଫ୍ ଚାଇନା (ପିଏଲ୍ଏ) ଅପ୍ରତ୍ୟାଶିତ ପରିଣାମର ସମ୍ମୁଖୀନ ହେଉଛି । ରାୱତ କହିଛନ୍ତି ଯେ ଆମର ମତ ସ୍ପଷ୍ଟ ଯେ ଆମେ ପ୍ରକୃତ ନିୟନ୍ତ୍ରଣ ରେଖାରେ କୌଣସି ପରିବର୍ତ୍ତନକୁ ସ୍ବୀକାର ଗ୍ରହଣ କରିବୁ ନାହିଁ।

ବଡ଼ ସଂଘର୍ଷକୁ ଏଡାଇ ଦିଆଯାଇ ନ ପାରେ

ସେ କହିଛନ୍ତି ଯେ ପୂର୍ବ ଲଦାଖରେ ଏଲଏସିରେ ପରିସ୍ଥିତି ଏବେ ମଧ୍ୟ ଉତ୍ତେଜନା ପୂର୍ଣ୍ଣ ରହିଛି । ରାୱତ କହିଛନ୍ତି ଯେ ସୀମାରେ ସୁଡଙ୍ଗ ତିଆରି ହେବା ଏବଂ ଉତ୍ତେଜନା ଯୋଗୁ ଏକ  ବଡ଼ ସଂଘର୍ଷକୁ ଏଡାଇ ଦିଆଯାଇ ନ ପାରେ। ସୂଚନାଯୋଗ୍ୟ ଯେ ପୂର୍ବ ଲଦାଖରେ ପ୍ରବଳ ଶୀତରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତର ପ୍ରାୟ ୫୦,୦୦୦ସୈନିକ ପାର୍ବତୀୟ ଅଞ୍ଚଳରେ ସଜାଗ ଅଛନ୍ତି।

ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଛାୟା ଯୁଦ୍ଧ କରୁଛି

ଜାମ୍ମୁ କାଶ୍ମୀରରେ ପାକିସ୍ତାନର ବାରମ୍ବାର ଛାୟା ଯୁଦ୍ଧ କରୁଛି ଏବଂ ଭାରତ ବିରୋଧରେ ଉତ୍ତେଜନା ମୂଳକ ଭାଷଣ ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଯାଇଛି । ପାକିସ୍ତାନ ସଶସ୍ତ୍ର ଇସଲାମ ବିଦ୍ରୋହ ଏବଂ ଆତଙ୍କବାଦ କେନ୍ଦ୍ରରେ ପରିଣତ ହୋଇଛି। ତିନି ଦଶନ୍ଧି ଧରି ପାକିସ୍ତାନର ସେନା ଏବଂ ଏହାର ଗୁପ୍ତଚର ସଂସ୍ଥା ଆଇଏସଆଇ ଜାମ୍ମୁ କାଶ୍ମୀରରେ ଛାୟା ଯୁଦ୍ଧ କରିଆସୁଛି । ଭାରତରେ ସାମାଜିକ ମତଭେଦ ସୃଷ୍ଟି କରିବା ପାଇଁ ପାକିସ୍ତାନ ସାମ୍ପ୍ରଦାୟିକତାର ମିଥ୍ୟା ପ୍ରଚାର କରୁଛି।

Comments are closed.