ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା

ନୂଆଦିଲ୍ଲୀ : ପଞ୍ଚଭୂତରେ ଲୀନ ହେଲେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା। ଦିଲ୍ଲୀର ବ୍ରାର ସ୍କୋୟାରରେ ସିଡିଏସ୍‍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ କ୍ରିୟା ସମ୍ପନ୍ନ ହୋଇଛି। ଶେଷକୃତ୍ୟ କ୍ରିୟା କାର୍ଯ୍ୟ ୨ ଝିଅ କ୍ରିତିକା ଓ ତାରିଣୀ ସମ୍ପନ୍ନ କରିଛନ୍ତି। ଶେଷ ସମ୍ମାନ ରୂପେ ସିଡିଏସ୍‍ ରାୱତଙ୍କୁ ୧୭ ତୋପ ସଲାମୀ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଛନ୍ତି।

 

Comments are closed.