ଦାୟିତ୍ଵ ନେଲେ ନୂଆ ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ନୂଆ ବର୍ଷରେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ) ଭାବେ ଜେନେରାଲ ବିପିନ ରାୱତ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ବୁଧବାର ନୂଆଦିଲ୍ଲୀର ସାଉଥ୍‌ ବ୍ଲକରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି।

ଦାୟିତ୍ଵ ଗ୍ରହଣ ପରେ ସିଡିଏସ୍‌ ରାୱତ ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏକ ଖବରଦାତା ସମ୍ମିଳନୀରେ ରାୱତ କହିଥିଲେ, ମୁଁ ୩ ସେନା ଯଥା ସ୍ଥଳସେନା, ନୌସେନା ଏବଂ ବାୟୁସେନାକୁ ଏକଜୁଟ କରିବାକୁ ପ୍ରୟାସ କରିବି। ୩ ସେନା ମିଶିକରି ଏକ ଟିମ୍‌ ଭଳି କାମ କରିବେ। ୩ ସେନା ମଧ୍ୟରେ ସମନ୍ବୟ ରଖିବାକୁ ସିଡିଏସକୁ ଟାସ୍କ ଦିଆଯାଇଛି। ଆଗକୁ ଯଦି ଆଉ କୌଣସି ଟାସ୍କ ଦିଆଯାଏ, ତାହାକୁ ପୂରା ଦମ୍‌ରେ ସମ୍ପନ୍ନ କରିବୁ। ଆମେ ରାଜନୀତିଠାରୁ ଦୂରରେ ଅଛୁ। ଦେଶ ପାଇଁ ମିଳିମିଶି କାମ କରିବୁ ବୋଲି ରାୱତ କହିଥିଲେ।

Comments are closed.