ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଡିଏମଓଙ୍କ ଅଚାନକ ଗସ୍ତ

ଲାବୋରେଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ନିବେଦନ

ଭୁବନ: ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର ଆଜି ଅଚାନକ ଏକ ଦିନିକିଆ ଗସ୍ତରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସି ଫେରିଯାଇଛନ୍ତି। ଭୁବନ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ ସେବା, ଚିକିତ୍ସା ବ୍ୟବସ୍ଥା, ଔଷଧ ବିତରଣ ଓ ପରିବେଶ ଇତ୍ୟାଦି ତଦନ୍ତ କରିଥିଲେ। ଡାକ୍ତରଖାନାର ଦକ୍ଷିଣପାର୍ଶ୍ବରେ ଅଳିଆ ଆବର୍ଜନା ଭର୍ତି ହୋଇ ଜଙ୍ଗଲ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଲାବୋରେଟୋରୀ ଟେକ୍ନିସିଆନ, ଫାର୍ମାସିଷ୍ଟ ନିଯୁକ୍ତି ଦେବା ସହିତ ରକ୍ତ ଭଣ୍ଡାର ଚାଲୁ କରିବାକୁ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରମେଶ ଚନ୍ଦ୍ର ସାହୁ ସିଡିଏମଓଙ୍କ ନିକଟରେ ନିବେଦନ କରିଥିଲେ।

ସିଡିଏମଓଙ୍କ ସହିତ ଡିପିଏମ ପ୍ରିୟଦର୍ଶନୀ ସାହୁ, ପିଏଚଓ ଜ୍ୟୋତିଷ କୁମାର ମହାପାତ୍ର ଗସ୍ତରେ ସାମିଲ ଥିଲେ।

Comments are closed.