ଦସ୍ତଖତ ଅଭିଯାନରେ ସାମିଲ ହେଲେ ଯୁବତୀ ଓ ମହିଳା

ଭୁବନେଶ୍ୱର: ଯୁବତୀ ଓ ମହିଳାମାନଙ୍କ ପାଇଁ ସୁରକ୍ଷିତ ପରିବେଶ ଜରୁରୀ। ସମାଜରୁ ବାଲ୍ୟବିବାହ ହଟିବା ସହିତ ଯୁବତୀ ଓ ମହିଳାମାନେ ନିଜର ଅଧିକାର ବାବଦରେ ସଚେତନତା ହେବା ସହ ଚୁପ୍ ନରହି ନିଜର ସ୍ୱର ଉତ୍ତୋଳନ କରିବା ଜରୁରୀ ବୋଲି ସ୍ଥାନୀୟ ୱାର୍ଡ ନମ୍ବର ୧୨ ଅଧିନସ୍ଥ ଧିରିକୁଟି ସାହିଠାରେ ସି.ସି.ଡବ୍ଲ୍ୟୁ.ଡି, ଆକ୍ସନଏଡ୍, ଭୁବନେଶ୍ୱର ୟଙ୍ଗ ଅର୍ବାନ ୱିମେନ ଫୋରମ୍ ତରଫରୁ ଆୟୋଜିତ ୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧୀ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ଦସ୍ତଖତ ଅଭିଯାନରେ ମତ ପ୍ରକାଶ ପାଇଛି। ଫୋରମର ପ୍ରତିନିଧି ପୂଜା ବେହେରା, ଜୀବନ ଜ୍ୟୋତି ବେହେରା, ଲିପସା ପ୍ରଧାନ, ବର୍ଷା ପ୍ରଧାନ, ବିଦୁସ୍ମିତା ପତି, ସନ୍ତୋଷୀ ମହାରଣା, ଅର୍ଚ୍ଚନା ବେହେରା, ରଶ୍ମି ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ଦମୟନ୍ତୀ ସାହୁ, ସ୍ନିଗଧା ଦାସ ଓ ଋତୁ ପ୍ରଜ୍ଞା ନାଥଶର୍ମା ପ୍ରମୁଖ ପରିଚାଳନା କରିଥିଲେ।

Comments are closed.