ଗାଡି ଚୋରି ସମୟର ସିସିଟିଭି ଦୃଶ୍ୟ, ବନ୍ଧା ହେଲା ଗାଡ଼ି ଚୋର

କୁଅଁପାଳ : କିଭଳି ଜଣେ ଗାଡି ଚୋର ଗାଡି ଚୋରି କରୁଛି ତାହାର ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି । ପ୍ରଥମେ ଚୋର ଜଣକ ଭଦ୍ରଲୋକ ଭଳି ହାତରେ ମୋବାଇଲ ଦେଖି ଦେଖି ଏଣେ ତେଣେ ଚାହିଁ ନଜର କରୁଛି, ପୁଣି ଗାଡି ପାଖକୁ ଯାଇ ନକଲି ଚାବିରେ ଗାଡି ଲକ ଖୋଲି ଷ୍ଟାର୍ଟ ମାରି ସେଠାରୁ ଚମ୍ପଟ ମାରୁଛି। ହେଲେ ସିଏ ଜାଣିନି ଯେ ସେ ଯାହା କରୁଛି ସବୁ ସିସିଟିଭି ଦେଖୁଛି।

ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ା ଜୟପୁର ଫାଣ୍ଡି ଆନନ୍ଦ ବଜାର ଅଂଚଳରେ। ଏଠାରେ ଥିବା ଦେଶୀ ମଦ ଭାଟି ସମ୍ମୁଖରେ ଥିବା ଭାଟି ମାଲିକଙ୍କ ଗାଡିକୁ ଜଣେ ଦୁର୍ବୁତ୍ତ ଚୋରାଇ ନେଇଛି,  ଅଭିଯୋଗ ପାଇ ପୁଲିସ ମୋଟର ସାଇକେଲ ଚୋରକୁ ଗିରଫ କରିଛି। ଗତ ୧୧ ତାରିଖ ରେ ଜଣେ ଚୋର କିଭଳି ମୋଟର ସାଇକେଲ ଚୋରି କରୁଛି ତାହା ସିସିଟିଭରେ ଦେଖା ଯାଇଥିଲା। ଗାଡ଼ି ଚୋରି ହୋଇଥିବା ମାଲିକ ସନ୍ୟାସୀ ରେଡ୍ଡୀ କୁମୁଡ଼ା ଜୟ ପୁର ଫାଣ୍ଡିରେ ଏତଲା ଦେଇଥିଲେ। ପରେ କୁମୁଡ଼ା ଜୟପୁର ଫାଣ୍ଡି ଅଧିକାରୀ ଗୋପବନ୍ଧୁ ମଲିକ ଚୋରିଯାଇଥିବା ଗାଡି ସ୍ଥଳର ସିସି ଟିଭି ଫୁଟେଜ ଯାଞ୍ଚ କରି ମାହାଙ୍ଗାର ବିଭିନ୍ନ ଅଞ୍ଚଳରେ ଚଢଉ ଜାରି ରଖିଥିଲେ। ଶେଷରେ ମାହାଙ୍ଗା ଥାନା ଜଳେଶ୍ଵର ପୁର ଗ୍ରାମ ପଞ୍ଚାୟତ ମଲିପୂରା ଗ୍ରାମରେ ଚଢଇ କରି ସେହି ଗ୍ରାମର ବିଭୁ ପ୍ରସାଦ ଜେନାଙ୍କୁ ଗିରଫ କରିଛନ୍ତି ଛି, ଏହି ଚୋରି ସହ ସମ୍ପୁକ୍ତ ଅନ୍ୟ ଜଣେ ଚୋର କୁ ଗିରଫ କରିବା ପାଇଁ କୁମୁଡା ଜୟପୁର ଫାଣ୍ଡି ପୋଲିସ ପକ୍ଷରୁ ଚଢାଉ ଜାରୀ ରଖିଛି।

Comments are closed.