ପ୍ରଥମେ ପୁଲିସ ଜବତ କଲା ୧୦୦ କିଲୋ ନିଶାଦ୍ରବ୍ୟ ପରେ ଅଦାଲତରେ କହିଲା ମୂଷା ଖାଇଗଲେ

0

ନୂଆଦିଲ୍ଲୀ.- ପ୍ରଥମେ  ପୁଲିସ ୧୦୦ କିଲୋ କୋକେନ୍‌ ଜବତ କରିଥିଲା । ମାତ୍ର ଅଦାଲତରେ ଏହି ମାମଲାର ଶୁଣାଣି ବେଳେ ଏହାକୁ ମୂଷା ଖାଇଯାଇଥିବା କହିଥିଲା । ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ  ପହଞ୍ଚିଛି । ସୁପ୍ରିମକୋର୍ଟ ପୁଲିସ ବିଭାଗକୁ ଏଥିପାଇଁ ଭତ୍ସନା କରିଛନ୍ତି ।  ବାହାରର ନିଶା ବେପାରୀଙ୍କ ଅପେକ୍ଷା ପୁଲିସ ମାଲଖାନାରେ ବେଶୀ ନିଶା ଚାଲାଣ ହେଉଥିବା କଥା କହିଛନ୍ତି ।

ନିଶା କାରବାରୀ ଓ ପୁଲିସ ବିଭାଗର କିଛି କର୍ମଚାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା କଥା ଅଦଲତ କହିଛନ୍ତି । ଜଷ୍ଟିସ ଦୀପକ ଗୁପ୍ତା, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ୍‌ ଅବଦୁଲ ନାଜୀରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଥିଲେ । ପୁଲିସର ଏପରି ବୟାନ ଆଦୌ ଦାୟୀତ୍ୱସମ୍ପନ୍ନ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି ।

ନିଶା ଜବତ ହେବା ମାତ୍ରେ ଏହାର ଅଳ୍ପ ପରିମାଣ ପରୀକ୍ଷଣ ପାଇଁ ରଖି ସମସ୍ତ ନିଶାକୁ ନଷ୍ଟ କରାଯାଉ ବୋଲି ଖଣ୍ଡପୀଠ କହିଛନ୍ତି । ନିଶାନିବାରଣ ଆଇନ ଧାରା ୫୨-କ ଅନୁସାରେ ଏହାକୁ ତୁରନ୍ତ ନଷ୍ଟ କରାଯିବା ଆବଶ୍ୟକ ବୋଲି ନିର୍ଦେଶ ଦେଇଛନ୍ତି  ।

Leave A Reply