ସୁରକ୍ଷା କର୍ମୀ ଓ କ୍ୟାସିୟରଙ୍କୁ ହତ୍ୟା କରି ଏଟିଏମ୍‌ କ୍ୟାସ୍‌ ଭ୍ୟାନ୍‌ରୁ  ୧୧ ଲକ୍ଷ ଟଙ୍କା ଲୁଟ

0

ନୂଆଦିଲ୍ଲୀ:   ନୂଆଦିଲ୍ଲୀର  ବ୍ୟସ୍ତ ବହୁଳ ନରେଲା ଅଞ୍ଚଳରେ ଜଣେ କ୍ୟାସ ଭ୍ୟାନ ଚାଳକ ଓ କ୍ୟାସିୟରଙ୍କୁ ଗୁଳି କରି ଦୁର୍ବୃତ୍ତମାନେ ୧୧ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି । ଏକ ମଟର ସାଇକେଲରେ ୨ ଜଣ ଆଜି ଡ୍ରାଇଭର ଓ କ୍ୟାସିୟରଙ୍କ ଉପରକୁ ଗୁଳି ଚଳାଇଥିଲା । ନିଜର ପରିଚୟ ଲୁଚାଇବା ପାଇଁ ଏହି ଦୁଇଜଣ ହେଲମେଟ ପିନ୍ଧିଥିଲେ । ଏକ କ୍ୟାସ ବାକ୍ସରେ ଥିବା ୧୧ ଲକ୍ଷ ଟଙ୍କା ଧରି ଏମାନେ ଚମ୍ପଟ ମାରିଛନ୍ତି ।

ଚାଳକ ଓ କ୍ୟାସିୟରଙ୍କୁ ଦୁର୍ବୃତ୍ତ ୧୮-ରୁ ୨୦ ଥର ଗୁଳି ମାରିଛନ୍ତି । ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । କିଛି ଦିନ ତଳେ ଦୁର୍ବୃତ୍ତମାନେ ଏକ କ୍ୟାସ ଭ୍ୟାନ ଉପରକୁ ଗୁଳି ଚଳାଇଥିଲେ  । ମାତ୍ର କ୍ୟାସିୟର ଏହିର ଦୁଆର ବନ୍ଦ କରି ଦେବାରୁ ସମସ୍ତେ ପର୍ତ୍ତି ଯାଇଥିଲେ । ଏଥିରେ ୮୭ ଲକ୍ଷ ଟଙ୍କା ରହିଥିଲା ।

Leave A Reply