ଜୁଲାଇ ୧ରୁ ୧୫ ମଧ୍ୟରେ ହେବ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ଶୀଘ୍ର ପ୍ରକାଶ ପାଇବ ପରିବର୍ତ୍ତିତ କାର୍ଯ୍ୟସୂଚୀ

ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁ ବାତିଲ ହୋଇଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆସନ୍ତା ଜୁଲାଇ ୧ରୁ ୧୫ ମଧ୍ୟରେ ଅନୁଷ୍ଠିତ ହେବ। ସିବିଏସ୍‌ଇ ବୋର୍ଡ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପରିବର୍ତ୍ତିତ କାର୍ଯ୍ୟସୂଚୀ ଖୁବ୍‌ ଶୀଘ୍ର ପ୍ରକାଶ କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ଘୋଷଣା କରିଛନ୍ତି। ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ ଏବଂ ଜୁଲାଇ ମାସରେ ଖୁସିର ସହ ବାତିଲ ହୋଇଥିବା ପରୀକ୍ଷା ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ଆଶଙ୍କା କରି ମାର୍ଚ୍ଚ ଶେଷ ସପ୍ତାହରୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ସମସ୍ତ ପରୀକ୍ଷା ଲକ୍‌ଡାଉନ୍‌ ଯୋଗୁ ବାତିଲ କରାଯାଇଥିଲା।

Comments are closed.