ବିଦ୍ୟାର୍ଥୀଙ୍କ ଚିନ୍ତା ଦୂର ଲାଗି ସିବିଏସ୍‍ଇ ଆପ୍‌ ‘ଜୀବନ ପାଇଁ ବନ୍ଧୁ’

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସଂକ୍ରମଣ ବ୍ୟାପିବା ଦ୍ୱାରା ଛାତ୍ରଛାତ୍ରୀ ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ବିଭିନ୍ନ ସମୟରେ ଚିନ୍ତାଗ୍ରସ୍ତ ହୋଇ ପଡୁଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କ ଚିନ୍ତା ଦୂର କରିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ଏକ ନୂଆ ଆପ୍‍ ‘ଜୀବନ ପାଇଁ ବନ୍ଧୁ’ (ଦୋସ୍ତ ଫର୍‍ ଲାଇଫ) ପ୍ରସ୍ତୁତ କରିଛି। ଛାତ୍ରଛାତ୍ରୀ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ଆପ୍‍ ଡାଉନଲୋଡ୍‍ କରିପାରିବେ। ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆପ୍‍ ଉପଲବ୍ଧ। ଆପ୍‍ ସେମାନଙ୍କ ମାନସିକସ୍ତରକୁ ସୁସ୍ଥତା ବଜାୟ ରଖିବାରେ ସାହାଯ୍ୟ କରିବ।

ଆପ୍‍ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକ ପରାମର୍ଶ ପାଇପାରିବେ। ସପ୍ତାହର ସୋମ, ବୁଧବାର ଓ ଶୁକ୍ରବାର ତାଲିମପ୍ରାପ୍ତ ପରାମର୍ଶଦାତା କିମ୍ବା ଅଧ୍ୟକ୍ଷଙ୍କ ଦ୍ୱାରା ପରାମର୍ଶ ଦିଆଯିବ। ଏହି କାର୍ଯ୍ୟ ପାଇଁ ୮୩ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୬ ଭାରତରୁ ଏବଂ ୧୭ ସାଉଦି ଆରବ, ୟୁଏଇ, ନେପାଳ, ଓମାନ, କୁଏତ ଏବଂ ଜାପାନରୁ ରହିଛନ୍ତି।

Comments are closed.