ଚଳିତ ବର୍ଷ ନାମଲେଖା କଟକଣା କୋହଳ କଲା ସିିବିଏସ୍‍ଇ

0

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ନବମ ଓ ଏକାଦଶ ଶ୍ରେଣୀରେ ନାମଲେଖା କଟକଣା କୋହଳ କରିଛି। ସ୍କୁଲ୍‍ ଗୁଡ଼ିକ ବିଭାଗ ପିଛା ସର୍ବାଧିକ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇପାରିବେ ବୋଲି ନିୟମ ରହିଛି। ଏହାଠାରୁ ଅଧିକ ପିଲା ଗ୍ରହଣ କଲେ ସିବିଏସ୍‍ଇରେ ପଞ୍ଜିକୃତ ଘରୋଇ ସ୍କୁଲ୍‍ଗୁଡ଼ିକ ଜରିମାନା ଦେବେ। ଏଥିସହିତ ସେମାନଙ୍କୁ ସିବିଏସ୍‍ଇର ଆଞ୍ଚଳିକ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ତେବେ ଚଳିତ ବର୍ଷ ସରକାରୀ ସ୍କୁଲ୍‍ଗୁଡ଼ିକ ପାଇଁ ସର୍ବାଧିକ ଛାତ୍ରଛାତ୍ରୀ ନାମ ଲେଖା ସଂଖ୍ୟା ୪୫ ହୋଇପାରିବ ବୋଲି ସିବିଏସ୍‍ଇ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି।

Leave A Reply