ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ସୂଚୀ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ୨୦୧୯ର ଦଶମ ଓ ୧୨ଶ ଶ୍ରେଣୀ ପରୀକ୍ଷାସୂଚୀ ଘୋଷଣା କରାଯାଇଛି। ଫେବ୍ରୁଆରୀ ୨୧ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଦଶମ ପରୀକ୍ଷା ଚାଲିବ। ସେହିପରି ୧୨ଶ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସକାଳ ୧୦.୩୦ରୁ ଆରମ୍ଭ ହୋଇ ୧.୩୦ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ମାନେ ସିବିଏସଇ ୱେବସାଇଟରେ ସମ୍ପୁର୍ଣ୍ଣ ପରୀକ୍ଷା ସୂଚି ଓ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ଚଳିତବର୍ଷ ଶିକ୍ଷାବର୍ଷ ଠାରୁ ସିବିଏସ୍‍ଇ ୧୦ ପରୀକ୍ଷାରେ ଥିଓରି ଓ ପ୍ରାକ୍ଟିକାଲରେ ପାସ କରିବା ପାଇଁ ଅତିକମରେ ୩୩ ପ୍ରତିଶତ ରଖିବାକୁ ହେବ।

Leave A Reply