ସ୍କୁଲଗୁଡିକୁ ସିବିଏସ୍‍ଇର ତାଗିଦ: ଘରପାଠ ସମ୍ବନ୍ଧୀୟ ନିୟମ ନ ପାଳିଲେ କାର୍ଯ୍ୟାନୁଷ୍ଠାନ ହେବ

0

ଚେନ୍ନାଇ : ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଘରପାଠ ନ ଦେବା ନେଇ ରହିଥିବା ନୀତିନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏହି ନିୟମ ପାଳନ ନ କଲେ ସ୍କୁଲ୍‍ଗୁଡିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉକ୍ତ ସର୍କୁଲାରରେ ଦର୍ଶାଯାଇଛି। ଜାତୀୟ ଶିକ୍ଷା ସମ୍ବନ୍ଧୀୟ ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରସ୍ତାବିତ ପାଠ୍ୟକ୍ରମ ଏବଂ ପୁସ୍ତକ ଅନୁକରଣ କରିବାକୁ ସିବିଏସ୍‍ଇକୁ ନିର୍ଦେଶ ଦେବା ଲାଗି ଆଇନଜୀବୀ ଏମ୍‍. ପୁରୁଷୋତ୍ତମନଙ୍କ ପକ୍ଷରୁ ଏକ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ହାଇକୋର୍ଟ ବିଚାରପତି ଏନ୍‍. କିରୁବୁକାରନ୍‍ ସୋମବାର ଏହାର ଶୁଣାଣି କରିଥିଲେ। କୋମଳମତି ଶିଶୁଙ୍କୁ ଘରପାଠ ବୋଝରୁ ମୁକ୍ତ କରିବା ନିମନ୍ତେ ଉଦ୍ଦିଷ୍ଟ ନିୟମ ପାଳନ ନ କଲେ ସ୍କୁଲଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ କରିବାକୁ ମାଡ୍ରାସ୍‍ ସିବିଏସ୍‍ଇକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦେଶ ପରେ ସିବିଏସ୍‍ଇ ପକ୍ଷରୁ ଉକ୍ତ ସର୍କୁଲାର ଜାରି କରାଯାଇଛି। ପୂର୍ବରୁ ୨୦୦୪ ସେପ୍ଟେମ୍ବର ୧୫ ଏବଂ ୨୦୧୬ ସେପ୍ଟେମ୍ବର ୧୨ରେ ସିବିଏସ୍‍ଇ ଅନୁରୂପ ସର୍କୁଲାର ଜାରି କରିଥିଲା।

Leave A Reply