ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ରେଜଲ୍ଟ

ନୂଆଦିଲ୍ଲୀ : ସୋମବାର ପ୍ରକାଶ ପାଇଛି ସିବିଏସ୍ଇ  ଦ୍ୱାଦଶ ପରୀକ୍ଷାର ଫଳାଫଳ। ବୋର୍ଡର ଅଫିସିଆଲ୍ ୱେବସାଇଟ୍ ‘cbseresults.nic.in’ ରେ ଉପଲବ୍ଧ ରହିଛି। ପରୀକ୍ଷା ଫଳ ପ୍ରକାଶ ପାଇଥିବା ନେଇ ଟ୍ବିଟ୍‌ ଯୋଗେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟ୍ବିଟରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ନେଇ ସୂଚନା ଦେବା ସହ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଗତ ବର୍ଷ, ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ୮୩.୪୦ ପ୍ରତିଶତ ରହିଥିଲା। କିନ୍ତୁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଫଳାଫଳ ପୂର୍ବ ବର୍ଷ ତୁଳନାରେ ୫.୩୮ ପ୍ରତିଶତ ଅଧିକ ରହିଛି। ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ୮୮.୭୮ ପ୍ରତିଶତ ରହିଛି, ଯାହା ଗତ ବର୍ଷ ତୁଳନାରେ ଭଲ। ଏହି ବର୍ଷ ୧୦.୫୯ ଲକ୍ଷ ଛାତ୍ର ଦ୍ୱାଦଶ ଶ୍ରେଣୀରେ ଯୋଗ୍ୟତା ଅର୍ଜନ କରିଛନ୍ତି।

Comments are closed.