ସିବିଏସସି ଦଶମ ପରୀକ୍ଷା : ଝାରସୁଗୁଡ଼ା ଡିଏଭି ସ୍କୁଲର ଅର୍ଚ୍ଚନା ନାଏକ ଜିଲା ଟପ୍ପର

ଝାରସୁଗୁଡ଼ା : ଆଜି ପ୍ରକାଶିତ ସିବିଏସସିର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ରେ ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କ ପ୍ରଶଂସନୀୟ ରେକର୍ଡ ହାସଲ କରିଛନ୍ତି । ଅର୍ଚ୍ଚନା ନାଏକ ୯୮.୪ପ୍ରତିଶତ ଅଙ୍କ ହାସଲ କରି ଜିଲ୍ଲାରେ ସିବିଏସସି ମାଧ୍ୟମ ବିଦ୍ୟାଳୟ ଗୁଡିକ ମଧ୍ୟରେ ଟପ୍ପର ହୋଇଛନ୍ତି ।

ଝାରସୁଗୁଡ଼ା ଡିଏଭିର ଛାତ୍ର ଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଦଶମ ବୋର୍ଡ଼ ପରୀକ୍ଷା ଦେଇଥିବା ସର୍ବମୋଟ ୧୮୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଛନ୍ତି । ଅର୍ଚ୍ଚନା ନାଏକ ସର୍ବାଧିକ ୯୮.୪ ପ୍ରତିଶତ ନମ୍ବର ରଖି ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅଙ୍କିତା ପ୍ରିୟଦର୍ଶିନୀ ସାହୁ ଓ ଚିନ୍ମୟ କୁମାର ସା ଉଭୟ ୯୭.୮ ପ୍ରତିଶତ ଅଙ୍କ ହାସଲ କରି ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଅକ୍ଷତା ଶର୍ମା ଓ ସୌମେନ ବାସା ଉଭୟ ୯୭.୪ ପ୍ରତିଶତ, ନମ୍ବର ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ବିଦ୍ୟାଳୟର ସଂସ୍କୃତରେ ୮ ଜଣ ଛାତ୍ର ଛାତ୍ରୀ, ସାମାଜିକ ବିଜ୍ଞାନରେ ୨ ଜଣ, ବିଜ୍ଞାନରେ ୧ ଜଣ ଓ ପ୍ରଯୁକ୍ତି ବିଦ୍ୟାରେ ୧ ଜଣ ୧୦୦ ରୁ ୧୦୦ ନମ୍ବର ରଖିଛନ୍ତି ।

ବନ୍ଧବାହାଲ ଡିଏଭି ରେ ସମସ୍ତ ଛାତ୍ର ଛାତ୍ରୀ ପାସ ହୋଇଛନ୍ତି । ସ୍କୁଲ ର ଆଲମ ଅଂସାରି ୯୭.୬ ପ୍ରତିଶତ ଅଙ୍କ ରଖି ପ୍ରଥମ ସ୍ଥାନରେ ରହିଛନ୍ତି । ଆଶୁତୋଷ ପରିଡ଼ା ୯୭.୪ ପ୍ରତିଶତ ରଖି ଦ୍ଵିତୀୟ ଓ ରୁଦ୍ର ନାରାୟଣ ମହାନ୍ତି ୯୭ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ଝାରସୁଗୁଡା ଜବାହର ନବୋଦୟ ବିଦ୍ୟାଳୟରେ ପସ ହାର ଶତ ପ୍ରତିସତ ରହିଥିବା ବେଳେ ଦିବ୍ୟାଶୁଂ ପ୍ରଧାନ ସର୍ବାଧିକ ୯୫.୬ ପ୍ରତିଶତ ନମ୍ବର ରଖିଛନ୍ତି । ଉକ୍ତ ବିଦ୍ୟାଳୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ୧୮ ଜଣ ରହିଛନ୍ତି ।

ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟ ର ମନୀଷା ଚକ୍ରବର୍ତ୍ତୀ ଓ ଆଦ୍ୟଶା ଦାସ ୯୫.୨ପ୍ରତିଶତ ନମ୍ବର ହାସଲ କରି ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ଝାରସୁଗୁଡ଼ା ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ରେ ମଧ୍ୟ ଛାତ୍ର ଛାତ୍ରୀ ମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟ ର କିଷାନ ସିଂ ୯୨ ପ୍ରତିଶତ ଓ ଅନୁଷ୍କା ମିଶ୍ର ୯୧.୬ ପ୍ରତିଶତ ଅଙ୍କ ହାସଲ କରିଛନ୍ତି ।

Comments are closed.