ସିବିଏସ୍‍ଇ ଦଶମ ଓ ଦ୍ୱାଦଶର ଅବଶିଷ୍ଟ ପରୀକ୍ଷା ଜୁଲାଇ ୧ରୁ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍‍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ଏହି ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ।

ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ୧୦ଟା ୧୫ରୁ ୧୦ଟା ୩୦ ପର୍ଯ୍ୟନ୍ତ ୧୫ମିନିଟ୍‍ ପାଇଁ ସମୟ ଦିଆଯିବ।

ସମସ୍ତ ଛାତ୍ରଛାତ୍ରୀ ସାନିଟାଇଜର ଏବଂ ସ୍ୱଚ୍ଛ ପାଣି ବୋତଲ ସାଙ୍ଗରେ ଧରି ଆସିବେ। ପରୀକ୍ଷାର୍ଥୀମାନେ ନିଜର ମୁହଁ ଏବଂ ନାକକୁ ମାସ୍କ ଅବା କପଡା ଦ୍ୱାରା ଢ଼ାଙ୍କି ରଖିବେ। ପରୀକ୍ଷା ଗୃହରେ ଶାରିରୀକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।

Comments are closed.