ଦତ୍ତି ମହାରାଜଙ୍କ ସମେତ ୪ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

0

ନୂଆଦିଲ୍ଲୀ : ଆତ୍ମଘୋଷିତ ଆଧ୍ୟାତ୍ମ ଗୁରୁ ଦତ୍ତି ମହାରାଜ ଓ ତାଙ୍କର ତିନି ଶିଷ୍ୟଙ୍କ ବିରୋଧରେ ଆସିଥିବା ବଳାତ୍କାର ଓ ଅପ୍ରାକୃତିକ ଯୌନ କାରବାର ଅଭିଯୋଗ ଆଧାରରେ ସିବିଆଇ ମାମଲା ରୁଜୁ କରିଛି। ଦତ୍ତିଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ଉପରେ ପୂର୍ବରୁ ପୁଲିସ ତଦନ୍ତ କରିଥିଲା; ମାତ୍ର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦେଶକୁ ଦତ୍ତି ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ; ମାତ୍ର ସର୍ବୋଚ୍ଚ ଅଦାଲତ ମାମଲାର ଫଇସଲା ହେବା ପରେ ଆବେଦନ କରିବା ଲାଗି ପରାମର୍ଶ ଦେଇଥିଲେ। ଦତ୍ତି ମହାରାଜ ଓ ତାଙ୍କ ଶିଷ୍ୟମାନେ ଜଣେ ୨୫ବର୍ଷର ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗକୁ ମହାରାଜ ଖଣ୍ଡନ କରିଛନ୍ତି। ଏହି ମାମଲାର ତଦନ୍ତରେ ବିଳମ୍ବ କରିଥିବାରୁ ଅଦାଲତ ପୁଲିସକୁ ଭର୍ତ୍ସନା କରିଥିଲେ।

Leave A Reply