ବରିଷ୍ଠ ଆଇଏଏସ୍‌ ଅଧିକାରୀ  ଓ ବିଧାନ ପରିଷଦ ସଦସ୍ୟଙ୍କ ଘରେ ଆୟକର ଚଢଉ

0

ଲକ୍ଷ୍ମୌ .. – ସିବିଆଇ ପକ୍ଷରୁ  ଉତ୍ତର ପ୍ରଦେଶର  ଜଣେ ବରିଷ୍ଠ  ଆଇଏଏସ୍‌ ଅଧିକାରୀଙ୍କ ସହ ୧୨ଟି ସ୍ଥାନରେ ଚଢଉ କରାଯାଇଛି । ବେଆଇନ ଖଣି କାରବାର ଅଭିଯୋଗରେ ସିବିଆଇ ପକ୍ଷରୁ ଏହି ଚଢଉ କରାଯାଇଥିବା ସୂଚନା ମିଳିଛି । ଏଥିରେ ଅନେକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରାଯାଇଛି ।  ସମାଜବାଦୀପାର୍ଟି ପକ୍ଷରୁ ବିଧାନପରିଷଦର ସଦସ୍ୟ ରମେଶ ମିଶ୍ରାଙ୍କ ଘରେ ମଧ୍ୟ ସିବିଆଇ ପକ୍ଷରୁ ଚଢଉ କରାଯାଇଛି ।

ଲକ୍ଷ୍ମୌ, ଦିଲ୍ଲୀ, ବୁନ୍ଦେଲଖଣ୍ଡରେ ସିବିଆଇ ପକ୍ଷରୁ ଏହି ଚଢଉ କରାଯାଇଛି । ୨୦୦୮ ବ୍ୟାଚର ଆଇଏଏସ୍‌ ଅଧିକାରୀ ବି ଚନ୍ଦ୍ରକଳାଙ୍କର  ଲକ୍ଷ୍ମୌରେ ଥିବା ଫ୍ଲାଟରେ ସିବିଆଇ ପକ୍ଷରୁ ଚଢଉ କରାଯାଇଥିଲା । ସିବିଆଇର ୧୫ ଜଣିଆ ସଦସ୍ୟ ରମେଶ ମିଶ୍ରାଙ୍କୁ ଜେରା କରିଥିଲେ । ଆହ୍ଲାବାଦ ହାଇକୋର୍ଟ ଏହାର ତଦନ୍ତ ନିର୍ଦେଶ ଦେବାପରେ ସିବିଆଇ ବେଆଇନ ଖଣି କାରବାର ମାମଲାର ତଦନ୍ତ କରୁଛି ।

Leave A Reply