ରାଜୀବ କୁମାରଙ୍କୁ ୭ ଘଣ୍ଟା ଜେରା, ହାଜର ହେଲେ କୁନାଲ ଘୋଷ

0

ଶିଲଂ : ଶାରଦା ଚିଟ୍‍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ରବିବାର ଦ୍ୱିତୀୟଦିନ ପାଇଁ ମଧ୍ୟ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଶିଲଂଠାରେ ଥିବା ସିବିଆଇ କାର୍ଯ୍ୟାଳୟରେ ଜେରା କରିଛି । ସେ ଦିନ ୧୦ଟା ସୁଦ୍ଧା ସିବିଆଇ ନିକଟରେ ହାଜର ହୋଇଥିଲେ। ତେବେ ତାଙ୍କୁ ୭ ଘଣ୍ଟା ୧୫ ମିନିଟ ପାଇଁ ଜେରା କରାଯାଇଥିବା ଜଣା ପଡିଛି।  ଶନିବାର ମଧ୍ୟ ସିବିଆଇ ରାଜୀବ କୁମାରଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲା।
ଦିଲ୍ଲୀ ସ୍ବତନ୍ତ୍ର ୟୁନିଟର ଏସପି ଜଗରୂପ ସିହ୍ନା, ଡିଏସପି ତଥାଗତ ବର୍ଦ୍ଧନ, ପିକେ କଲ୍ୟାଣ ଏବଂ ପାର୍ଥ ମୁଖାର୍ଜୀ ପ୍ରମୁଖଙ୍କୁ ନେଇ ଗଠିତ ସିବିଆଇର ସ୍ବତନ୍ତ୍ର ଦଳ ଶ୍ରୀ କୁମାରଙ୍କୁ ଜେରା କରୁଛି ।

ଅନ୍ୟପକ୍ଷରେ ଶାରଦା ଚିଟ୍‍ଫଣ୍ଡ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ କୁନାଲ ଘୋଷ ମଧ୍ୟ ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସେ ମଧ୍ୟ ଦିନ ୧୦ଟା ସୁଦ୍ଧା ସିବିଆଇ ନିକଟରେ ହାଜର ହୋଇଥିଲେ ତାଙ୍କୁ ଜେରା କରିବାପାଇଁ ୨୨ ପୃଷ୍ଠା ସମ୍ବଳିତ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି। ରାଜୀବ କୁମାର ଏବଂ କୁନାଲ ଘୋଷଙ୍କୁ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି। ଏହି ଦୁର୍ନୀତି ମାମଲାରେ କୋଲ୍‍କାତା ପୁଲିସ୍‍ କମିଶନର ରାଜୀବ୍‍ କୁମାରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଶ୍ରୀ ଘୋଷଙ୍କୁ ଗିରଫ କରିଥିଲା। ପରେ ସେ ଜାମିନ୍‍ରେ ଖଲାସ ହୋଇଥିଲେ।

Leave A Reply