ସିବିଆଇରେ ପୁଣି ଅଦଳବଦଳ

0

ନୂଆଦିଲ୍ଲୀ : ସିବିଆଇ ଅନ୍ତରୀଣ ନିର୍ଦେଶକ ଏମ୍‌.ନାଗେଶ୍ବର ରାଓ ମଙ୍ଗଳବାର ପୁନର୍ବାର କିଛି ଅଧିକାରୀଙ୍କ ଅଦଳବଦଳ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବଦଳିକ୍ରମେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବଙ୍କ ବିରୋଧରେ ଆସିଥିବା ବାଲି ଦୁର୍ନୀତି ଘଟଣାର ଦତନ୍ତକାରୀ ଅଧିକାରୀ ଡିଆଇଜି ଗଗନଦୀପ ଗମ୍ଭୀରଙ୍କୁ ଏହି ଦାୟିତ୍ବରୁ ହଟାଯାଇ ସୃଜନ ଦୁର୍ନୀତି ଓ ସାମ୍ବାଦିକ ଉପେନ୍ଦ୍ର ରାଇଙ୍କ ମୃତ୍ୟୁର ତଦନ୍ତ ଭାର ଦିଆଯାଇଛି। ଏଥିସହିତ ତାଙ୍କୁ କିଛି ଅତିରିକ୍ତ ଦାୟିତ୍ବ ମଧ୍ୟ ଅର୍ପଣ କରାଯାଇଛି। ସେହିଭଳି ଅଖିଳେଶ ଯାଦବଙ୍କ ମାମଲାର ତଦନ୍ତ ଦାୟିତ୍ବ ଡିଆଇଜି ଅନୀଷ ପ୍ରସାଦଙ୍କୁ ଦିଆଯାଇଛି। ଅନୀଷ ପୂର୍ବରୁ ପର୍ସୋନେଲ ଏଣ୍ଡ ଆଡମିନିଷ୍ଟ୍ରେସନ୍‌ ବିଭାଗ ଉପନିର୍ଦେଶକ ଥିଲେ। ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ଡିଆଇଜି ତରୁଣ ଗୌବାଙ୍କୁ ଚଣ୍ଡିଗଡ଼ ରେଞ୍ଜ ଦାୟିତ୍ବରେ ଅବସ୍ଥାପିତ କରାଯାଇଛି।

Leave A Reply