ଶାରଦା ଚିଟ୍‍ଫଣ୍ଡ୍‍ ଦୁର୍ନୀତି : ଅର୍ଣ୍ଣବ ଘୋଷ ଓ ଦିଲ୍ଲୀପ ହାଜରାଙ୍କୁ ସିବିଆଇ ଜେରା

କଲକାତା : ଶାରଦା ଚିଟ୍‍ଫଣ୍ଡ୍‍ ଦୁର୍ନୀତି ସହ ସଂପୃକ୍ତ ଥିବା ଅଭିଯୋଗରେ ପଶ୍ଚିମବଙ୍ଗର ଦୁଇଜଣ ପୁଲିସ୍‍ ଅଧିକାରୀ ଅର୍ଣ୍ଣବ ଘୋଷ ଏବଂ ଦିଲ୍ଲୀପ ହାଜରା ସିବିଆଇ ଜୋରା କରାଯାଉଛି । ସେମାନେ ସିବିଆଇ କୋଲକାତା କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ମଙ୍ଗଳବାର ସିବିଆଇ ପକ୍ଷରୁ ସେମାନଙ୍କୁ ସମନ ଜାରି କରାଯାଇଥିଲା।

ସରକାରୀ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ପୁଲିସ୍‍ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଏହି ଦୁଇଜଣ ଶାରଦା ଚିଟ୍‍ଫଣ୍ଡ୍‍ ଦୁର୍ନୀତିର ତଦନ୍ତ ଦାୟିତ୍ୱରେ ଥିଲେ। ସିବିଆଇ କହିଛି ଯେ ୨ହଜାର ୫୦୦ କୋଟି ଟଙ୍କା ଦୁର୍ନୀତିରେ ଶାରଦା କମ୍ପାନୀ ଲକ୍ଷଲକ୍ଷ ଗ୍ରାହକଙ୍କୁ ଠକି ସେମାନଙ୍କୁ ପୁଞ୍ଜି ନିବେଶରେ ଅଧିକ ସୁଧ ଦେବା ଲାଗି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା।

Comments are closed.