ବଦଳି ନିର୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ ସିବିଆଇ ଡିଏସପି

0

ନୂଆଦିଲ୍ଲୀ : ବଦଳି ନିର୍ଦେଶକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସିବିଆଇର ଡିଏସପି ଏକେ ବସି। ବାସିଙ୍କୁ ପୋର୍ଟ ବ୍ଲେୟାର ବଦଳି କରାଯାଇଛି। ସେ କହିଛନ୍ତି ଯେ ତାଙ୍କର ବଦଳି ନିର୍ଦେଶ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଦ୍ବାରା ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲା ପ୍ରଭାବିତ ହେବ। କାରଣ ଆସ୍ଥାନ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ବସି ତଦନ୍ତ କରୁଥିଲେ। ତେଣୁ ଅନ୍ତରୀଣ ନିର୍ଦେଶକ ଏମ୍ ନାଗେଶ୍ବର ରାଓ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରୁ ଦୂରେଇ ରଖିବା ଲାଗି ବଦଳି କରିଥିବା ବସି ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି।

Leave A Reply