ବାବ୍ରି ମସ୍‍ଜିଦ୍‍ ଭଙ୍ଗା ମାମଲାରେ କଲ୍ୟାଣ ସିଂହଙ୍କୁ ସିବିଆଇ କୋର୍ଟର ସମନ

ଲକ୍ଷ୍ନୌ :  ବାବ୍ରି ମସ୍‍ଜିଦ୍‍ ଭଙ୍ଗା ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କଲ୍ୟାଣ ସିଂହଙ୍କୁ ଚଳିତ ମାସ ୨୭ ତାରିଖରେ ହାଜର ହେବାପାଇଁ ଲକ୍ଷ୍ନୌରେ ଥିବା  ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ସମନ ଜାରି କରିଛି । ଏହି ସ୍ବତନ୍ତ୍ର କୋର୍ଟ ଅଭିଯୁକ୍ତ ତାଲିକାରେ ଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ  ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ସମତେ ଅନ୍ୟ ଅଭିଯୁକ୍ତମାନଙ୍କୁ ଜେରା କରୁଛି।

କଲ୍ୟାଣ ସିଂହ ରାଜସ୍ଥାନର ରାଜ୍ୟପାଳ ଥିବାବେଳେ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୁଦ୍ଧରେ ସମନ ଜାରି କରାଯାଇପାରୁ ନଥିଲା। ତେବେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବାପରେ ଏହି ସମନ ଜାରି କରାଯାଇଛି।

 

 

 

Comments are closed.