ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅଖିଲେଶ, ମୁଲାୟମଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ପ୍ରତୀକ ଯାଦବଙ୍କୁ ସିବିଆଇ କ୍ଲିନ୍‌ଚିଟ୍‌ ଦେଇଛି। ସିବିଆଇ ପକ୍ଷରୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇ ସ୍ପଷ୍ଟ କରାଯାଇଛି।

ସତ୍ୟପାଠରେ କୁହାଯାଇଛି ଯେ, ଅଭିଯୋଗ ଉପରେ ସିବିଆଇ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ କରାଯାଇଥିଲା। କିନ୍ତୁ କୌଣସି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରାଯାଇଥିବା ନେଇ କିଛି ପ୍ରମାଣ ମିଳି ନ ଥିଲା। ତେଣୁ ଅଭିଯୋଗକୁ ଏତଲାରେ ପରିବର୍ତ୍ତନ କରାଯାଇ ନ ଥିଲା। ଏ ନେଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିଭିସି)ଙ୍କୁ ୨୦୧୩ରେ ରିପୋର୍ଟ ଦିଆଯିବା ପରେ ତଦନ୍ତକୁ ବନ୍ଦ କରିଦିଆଯାଇଥିଲା। ସିବିଆଇ ଏହା ପରଠାରୁ ଅଭିଯୋଗ ଉପରେ ଆଉ ତଦନ୍ତ କରି ନ ଥିଲା ବୋଲି ସତ୍ୟପାଠରେ କହିଛି।

Comments are closed.