ସିବିଆଇ ପ୍ରସଙ୍ଗରେ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ

0

ନୂଆଦିଲ୍ଲୀ: ଲାଞ୍ଚ ମାମଲାରୁ ସିବିଆଇରେ ଆରମ୍ଭ ହୋଇଥିବା କାଦୁଅ ଫିଙ୍ଗା ଲଢେଇ ଏବେ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ରଙ୍ଗରେ ରଙ୍ଗେଇ ହୋଇଯାଇଛି। ବିପକ୍ଷର ସମସ୍ତ ରାଜନୈତିକ ଦଳ ସିବିଆଇ ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ ଦାୟୀ କରିବା ଆରମ୍ଭ କରିଦେଇଛନ୍ତି। ଖୋଦ୍‍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସିବିଆଇ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି। ରାହୁଲଙ୍କ ଶୋଭାଯାତ୍ରା ଦୟାଲ କଲେଜରୁ ଆରମ୍ଭ ହୋଇ ସିବିଆଇ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା। ସିବିଆଇ କାର୍ଯ୍ୟାଳୟ ଆଗରେ ରାହୁଲ ଗଣମାଧ୍ୟମ ସମ୍ମୁଖରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ନିଜ ସମର୍ଥକଙ୍କୁ ନେଇ ଲୋଧୀରୋଡ଼ ଥାନା ଅଭିମୁଖେ ଗସ୍ତ କରିଛନ୍ତି। ରାହୁଲଙ୍କୁ ଲୋଧୀରୋଡ଼ ଥାନାରେ ଗିରଫ କରାଯାଇଛି। ରାହୁଲଙ୍କ ସମେତ ଅଶୋକ ଗହଲୋତ,ପ୍ରମୋଦ ତିୱାରୀଙ୍କ ପରି ବରିଷ୍ଠ ନେତା ସାମିଲ ଅଛନ୍ତି।
ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ରାହୁଲ ଗଣମାଧ୍ୟମକୁ ସମ୍ବୋଧୀତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ସଂସ୍ଥାନ ଉପରେ ଆକ୍ରମଣ କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। କଂଗ୍ରେସ ସମର୍ଥକ ଓ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ସିଆରପିଏଫ ଦ୍ୱାରା ବ୍ୟାରିକେଟ କରାଯିବା ସହ ୱାଟର କେନନ ଗାଡ଼ି ମଧ୍ୟ ଛିଡ଼ା କରାଯାଇଛି।
ଆଲୋକ ବର୍ମାଙ୍କୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଛୁଟିରେ ପଠାଇବା ଘଟଣାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ସମଗ୍ର ଦେଶରେ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା। ଏହି ଆନ୍ଦୋଳନ ସକାଳ ୧୧ଟାରେ ସମଗ୍ର ଦେଶରେ ଆରମ୍ଭ କରିବାକୁ ରାହୁଳ ଟ୍ୱିଟ୍‍ କରିଥିଲେ। ତେବେ ନିଜେ ୧୨.୩୦ରେ ଆନ୍ଦୋଳନସ୍ଥଳରେ ପହଞ୍ôଚବା ଘଟଣାକୁ ନେଇ ବିଜେପି ନେତା ତାଙ୍କ ସମୟାନୁବର୍ତ୍ତିର୍ତାକୁ ନେଇ କଟାକ୍ଷା କରିଛନ୍ତି।

Leave A Reply