ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୋମବାର ଭାରତୀୟ ରାଜସ୍ବ ସେବା (ଆଇଆରଏସ)ର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ସେ ଆସନ୍ତା ୩ମାସ ପାଇଁ ଏହି ପଦରେ ରହିବେ। ଚଳିତ ମାସ ୨୭ ତାରିଖରେ କେନ୍ଦ୍ର ସରକାର ସିବିଡିଟିର ୩ ନୂଆ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ। ୧୯୮୫ ବ୍ୟାଚ୍‌ର ଆଇଆରଏସ ଅଧିକାରୀ ଅନୁ ଜେ. ସିଂହ, ଜେ ବି ମହାପାତ୍ର ଓ ଅନୁଜ ଷଡ଼ଙ୍ଗୀଙ୍କୁ ସିବିଡିଟିର ନୂତନ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା କ୍ୟାବିନେଟ ନିଯୁୁକ୍ତି କମିଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା।

ଶ୍ରୀ ମହାପାତ୍ର ଆସନ୍ତା ବର୍ଷ ଏପ୍ରିଲ ମାସରେ ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ସେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ପ୍ରମୁଖ କମିସନର (ଆୟକର) ଭାବେ ନିଯୁକ୍ତି ପାଇଥିଲେ। ଜଣେ ଅଧ୍ୟକ୍ଷ ଓ ୬ ଜଣ ସଦସ୍ୟଙ୍କୁୁ ନେଇ ସିବିଡିଟି ଗଠିତ। ଏମାନେ ସମସ୍ତେ ସ୍ବତନ୍ତ୍ର ସଚିବ ପାହ୍ୟାର। ଶ୍ରୀ ମହାପାତ୍ରଙ୍କୁୁ ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ମଧ୍ୟ ସିବିଡିଟିରେ ଆଉ ଏକ ପଦ ଖାଲି ରହିଛି।

Comments are closed.