ଏଣିକି ଦୈନିକ ୧୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେନି ଖାତାଧାରୀ

ନୂଆଦିଲ୍ଲୀ: ଏଣିକି ଗୋଟିଏ ଦିନରେ ବ୍ୟାଙ୍କ କିମ୍ବା ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇ ହେବନାହିଁ। ପୂର୍ବରୁ ଏହି ସୀମା ୨୦ ହଜାର ଟଙ୍କା ଥିବାବେଳେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଏହାକୁ ୧୦ ହଜାରକୁ ହ୍ରାସ କରିଛି। ଏଥିପାଇଁ ସିବିଡିଟି ପକ୍ଷରୁ ଆୟକର ନିୟମ ୧୯୬୨କୁ ସଂଶୋଧନ କରାଯାଇ ଆୟକର(୩ୟ ସଂଶୋଧନ) ନିୟମ ୨୦୨୦ ନାମରେ ନୂଆ ନିୟମ ଅଣାଯାଇଛି। ସୂଚନା ଅନୁସାରେ, ଆୟକର ନିୟମ ୬ଡିଡି ଏଭଳି ମାମଲା ଏବଂ ପରିସ୍ଥିତି  ସହ ଜଡ଼ିତ, ଯେଉଁଥିରେ ଗୋଟିଏ ଦିନରେ କୌଣସି ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କା ଉଠାଇ ପାରିବେ। ନଚେତ୍‌ ଖାତାଧାରୀ ଏହି ପରିମାଣ ଅର୍ଥର ଚେକ୍‌ ଅଥବା ବ୍ୟାଙ୍କ ଡ୍ରାଫ୍ଟ ଜରିଆରେ ଟଙ୍କା ଉଠାଣ କରିପାରିବେ। କିନ୍ତୁ ଏହି ନିୟମକୁ ସଂଶୋଧନ କରାଯିବା ପରେ ଏ କ୍ଷେତ୍ରରେ ବର୍ତ୍ତମାନ ସର୍ବାଧିକ ୧୦ ହଜାର ଟଙ୍କା ଉଠାଯାଇ ପାରିବ।

Comments are closed.