କାନପୁରର ଧୂପ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୬ ଜଣ ଜଳିଗଲେ

କାନପୁର : କାନପୁରର ଜାଜମାଉସ୍ଥିତ ଏକ ଧୂପ କାରଖାନାରେ ରବିବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ରୁ ଅଧିକ ଲୋକ ଜଳିଯାଇଛନ୍ତି। କାନ୍ଦ-ବୋବାଳିରେ ସ୍ଥାନୀୟ ଅଞ୍ଚଳ ଶିହରି ଉଠିଛି। ବିଦ୍ୟୁତ୍‍ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଗୁରୁତର ଲୋକଙ୍କୁ ସ୍ଥାନାୟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଦମକଳ ସହ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ଚକେରୀ ଥାନା ଅଧୀନ ଜାମମାଓ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। କ୍ଷୟକ୍ଷତିର ସଠିକ ଆକଳନ ହୋଇପାରିନାହିଁ।

Comments are closed.