ମଇ ୩ ପର୍ଯ୍ୟନ୍ତ ’କ୍ୟାଟ’ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରଶାସନିକ ପ୍ରାଧିକରଣ (କ୍ୟାଟ)ର ସମସ୍ତ ବେଞ୍ଚଗୁଡ଼ିକର କାର୍ଯ୍ୟ ମେ ୩ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ନିର୍ଦେଶ ଜାରି କରାଯାଇଛି ।

CAT-to-remain-suspended-till-May-3

ତେବେ କ୍ୟାଟର କଟକ ବେଞ୍ଚ ନିମନ୍ତେ କିଛିଟା କୋହଳ କରାଯାଇଛି । ଏହି ଅବଧି ମଧ୍ୟରେ ଅଧିକାରୀମାନେ ସମ୍ପୂର୍ଣ୍ଣ ସୁରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରିବେ । ବିଭିନ୍ନ ସ୍ଥାନରେ ଉଚ୍ଚ ନ୍ୟାୟାଳୟ ଓ ଅନ୍ୟାନ୍ୟ ନ୍ୟାୟାଳୟଗୁଡ଼ିକ ମଧ୍ୟ ଲକ୍ଡ଼ାଉନ ନିମନ୍ତେ ବନ୍ଦ କରାଯାଇଛି ଓ ଅତି ଜରୁରୀ ପରିସ୍ଥିତିରେ ଭିଡ଼ିଓ କନ୍ଫରେନ୍ସିଂରେ କାର୍ଯ୍ୟ ଚାଲିଛି ।

Comments are closed.