ଏଠାରେ ଆଳୁ ପିଆଜଠାରୁ ଶସ୍ତା କାଜୁ; କିଲୋ ମାତ୍ର ୨୦ ଟଙ୍କା

କାଜୁ ଏକ ମହଙ୍ଗା ସାମଗ୍ରୀ । କିଲୋ ହାରାହାରି ୮୦୦ରୁ ୧୦୦୦ ଟଙ୍କା ମଧ୍ୟରେ । ବିଦେଶକୁ ରପ୍ତାନୀ ହେଉଥିବା କାଜୁର ମୂଲ୍ୟ ତ ୨ ହଜାର ଟଙ୍କାରୁ ଅଧିକ । ସାଧାରଣତ ଲୋକମାନେ କାଜୁ ବାଦାମ ଖାଇବା ଏବଂ କିଣିବା ପୂର୍ବରୁ ଅନେକ ଥର ଚିନ୍ତା କରିଥାଆନ୍ତି ।  ଏହାର କାରଣ ହେଉଛି କାଜୁ ବାଦାମର ଅଧିକ ମୂଲ୍ୟ |  ଭୁବନେଶ୍ଵରରେ ବା ଦିଲ୍ଲୀରେ କାଜୁ ମୂଲ୍ୟ ୮ଶହରୁ ୧ହଜାର ଟଙ୍କା ମଧ୍ୟରେ ।  ମାତ୍ର ଦିଲ୍ଲୀ ଓ ଭୁବନେଶ୍ଵର ମଝିରେ ଝାଡ଼ଖଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠି କାଜୁ ମୂଲ୍ୟ ଆଳୁ ପିଆଜ ମୂଲ୍ୟଠାରୁ ଢ଼େର କମ୍ । ଏଠାରେ କାଜୁ କିଲୋ ପିଛା ୨୦ ଟଙ୍କା ଦରରେ ବିକ୍ରି ହେଉଛି । ବାହାରୁ ଲୋକମାନେ ଏଠାରୁ ନାମମାତ୍ର ମୂଲ୍ୟରେ କାଜୁ କିଣି ତାହାକୁ ଓଡ଼ିଶା, ପଶ୍ଚିମବଙ୍ଗର ବିଭିନ୍ନ ସହର  ଦିଲ୍ଲୀ, ରାଞ୍ଚି, କଲକତା ପଠାଇଥାଆନ୍ତି । ବିପୁଳ ଲାଭ ମଧ୍ୟ କରିଥାଆନ୍ତି ।   

ଝାଡ଼ଖଣ୍ଡରେ ଜାମତାରା ନାଲାରେ ବିଶାଳ ଅଞ୍ଚଳରେ କାଜୁ ଗଛ ଲଗାଯାଇଛି । ପୂର୍ବତନ ଡେପୁଟି କମିଶନର କ୍ରିପାନନ୍ଦ ଏଠାରେ କାଜୁ ଗଛ ଲଗାଇବା ଲାଗି ଯୋଜନା କରିଥିଲେ । ମାତ୍ର କେଇ ବର୍ଷ ମଧ୍ୟରେ ଏଠାରୁ ବିପୁଳ କାଜୁ ଉତ୍ପାଦନ ଆରମ୍ଭ ହୋଇଛି । ମାତ୍ର ବଜାର ଅଭାବରୁ କାଜୁ ନାମମାତ୍ର ମୂଲ୍ୟରେ ବିକ୍ରି ହେଉଛି । ତେଣୁ ଏଠାରେ କାଜୁ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ବିଧାୟକ ଦାବି କରିଛନ୍ତି ।

Comments are closed.