୫ ଲକ୍ଷ ଟଙ୍କା ଜାଳିଦେଲା ପ୍ରେମିକ

0

ସିହୋରି : ମଧ୍ୟପ୍ରଦେଶ ସିହୋରି ଜିଲାରେ ଏକ ଭିନ୍ନ ଘଟଣା କ୍ରମେ ପ୍ରେମିକା ବାହା ହେବାକୁ ମନା କରିବାରୁ ଜଣେ ପ୍ରେମିକ ୫ ଲକ୍ଷ ଟଙ୍କା ନିଅାଁ ଲଗାଇ ଜାଳିଦେଇଛି। ସୂଚନା ଅନୁସାରେ ଏକ ଫାଇନାନ୍ସ କମ୍ପାନୀରେ କ୍ୟାସିଅର ଭାବେ କାର୍ଯ୍ୟକରୁଥିବା ଜଣେ ବ୍ୟକ୍ତି ନିଜ ପ୍ରେମିକା ପାଇଁ ୬ ଲକ୍ଷ ୭୪ ହଜାର ଟଙ୍କା ହେରଫେର କରି ଫେରାର ହୋଇଯାଇଥିଲା । ବାହାଘର କଥା ଉଠିବା ପରେ ପ୍ରେମିକା ବାହା ହେବାକୁ ସିଧା ସଳଖ ମନାକରିଦେଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ଜଣକ ୫ ଲକ୍ଷ ଟଙ୍କାରେ ନିଅାଁ ଲଗାଇ ଦେଇଥିଲା । ହେରଫେର ମାମଲାରେ ପୁଲିସ୍‌ ପ୍ରେମିକକୁ ଗିରଫ କରିଥିବାବେଳେ ପୋଡ଼ା ୫ ଲକ୍ଷ ଓ ନଗଦ ୧ ଲକ୍ଷ ୭୨ ହଜାର ଟଙ୍କା ଜବତ କରିଛି । ନସରୁଲ୍ଲାଗଞ୍ଜ ପୁଲିସ୍‌ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଗିରଫ ପ୍ରେମିକ ଜିତେନ୍ଦ୍ର ଗୋଏଲ ଏକ କମ୍ପାନୀରେ କ୍ୟାସିଅର ଭାବେ କାର୍ଯ୍ୟ କରୁଥିଲାବେଳେ ୬ ଲକ୍ଷ ୭୪ ହଜାର ଟଙ୍କା ହେରଫେର କରି ଫେରାର ହୋଇଯାଇଥିଲା । ଏନେଇ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ତନାଘନା ପରେ ପୁଲିସ୍‌ ଜିତେନ୍ଦ୍ରକୁ ଗିରଫ କରିଥିଲା। ଜେରା ବେଳେ ପ୍ରେମିକା ବାହାହେବାକୁ ମନା କରିବାରୁ ସେ ୫ ଲକ୍ଷ ଟଙ୍କା ଜାଳିଦେଇଥିବା ପ୍ରକାଶ କରିଥିଲା । ପୁଲିସ୍‌ ଟଙ୍କା ଜଳାଯାଇଥିବା ସ୍ଥାନକୁ ଯାଇ ପୋଡ଼ା ଟଙ୍କାକୁ ଜବତ କରିଛି ।

Leave A Reply